www.samajalive.in
Saturday, December 13, 2025
14.1 C
Bhubaneswar

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ, ଡ୍ରାଇଭର ମୃତ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲଗେଟ୍ ନିକଟରେ ଆଜି ସକାଳେ ଏକ ଟ୍ରକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି। ଆହତ ବ୍ୟକ୍ତିଙ୍କୁ ବଡ଼ଚଣା ଡାକ୍ତରଖାନାକୁ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଶ୍ରୀରାପୁର ଟୋଲଗେଟ୍ ନିକଟରେ ପୂର୍ବରୁ ଏକ ଟ୍ରକ ଠିଆ ହୋଇ ରହିଥିବାବେଳେ ଆଉ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ପିଟିଥିବା ଟ୍ରକ ସମ୍ମୁଖଭାଗ ଭାଂଗିରୁଜି ଯାଇଛି। ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଟ୍ରକ ଭିତରୁ ଡ୍ରାଇଭର ଓ ହେଲ୍ପରକୁ ବାହାର କରିଥିଲେ । ମାତ୍ର ଘଟଣାସ୍ଥଳରେ ଡ୍ରାଇଭର ମୃତ୍ୟୁ ହୋଇଥିବାବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ଟ୍ରକ ଚାଳକଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତ ଡ୍ରାଇଭର ଘର ଉତ୍ତର ପ୍ରଦେଶ ଅଟ୍ଟା ଜିଲାର ଓମ୍ବୀର ଯାଦବ ଓ ଆହତ ଜଣକ କଟରାବାଲି ଅଞ୍ଚଳର ପ୍ରେମ କିଶୋର ସିଂ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ମୃତଦେହକୁ ଧର୍ମଶାଳା ପୁଲିସ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories