www.samajalive.in
Tuesday, December 9, 2025
16.1 C
Bhubaneswar

ମାନବିକତା ଦେଖାଇଲେ ମହିଳା ଗୃହରକ୍ଷୀ

ଫୁଲବାଣୀ: ମାନବିକତା ଦେଖାଇଛନ୍ତି ଜଣେ ମହିଳା ହୋମଗାର୍ଡ଼। ଜଣେ ଅସହାୟକ ବୃଦ୍ଧ ରାସ୍ତାରେ ଚାଲିବା ସମ୍ଭବ ହୋଇ ନ ଥିବାରୁ ନିଜେ ଡ୍ୟୁଟିରେ ଥିଲେ ମଧ୍ୟ ଅନ୍ୟକୁ ଡ୍ୟୁଟିରେ ରଖି ସେ ଉକ୍ତ ବୃଦ୍ଧଙ୍କୁ ନେଇ ବ୍ୟାଙ୍କରେ ଛାଡ଼ିଥିଲେ ଓ ଆବଶ୍ୟକ ସ୍ଥଳେ ପୁଣି ଡ଼ାକିବାକୁ ମଧ୍ୟ କହିଥିଲେ। ଏଭଳି ଏକ ଘଟଣା ଆଜି ଦେଖାଯାଇଛି ଫୁଲବାଣୀ ସହରରେ। ମହିଳା ହୋମଗାର୍ଡ଼ଙ୍କ ଏଭକି କାର୍ଯ୍ୟକୁ ରାସ୍ତାରେ ଯାଉଥିବା ବହୁ ବ୍ୟକ୍ତି ବେଶ୍‍ ପ୍ରଶଂସା କରିଛନ୍ତି।

ଖବର ପ୍ରକାରେ , ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଯେଉଁ ସମୟରେ ଦୋକାନ ବଜାର ଖୋଲା ରହିବ ସେହି ସମୟରେ କେହି ବଜାର ମଧ୍ୟକୁ ଯାନ ବାହାନ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଏଭଳି ସ୍ଥଳେ ବଜାର ମଧ୍ୟରେ ଫୁଲବାଣୀ ଏସ୍‍ବିଆଇ ବ୍ୟାଙ୍କର ମୁଖ୍ୟ ଶାଖା ଥିବା ବେଳେ ଆଜି ଜଣେ ବ୍ୟକ୍ତି ବ୍ୟାଙ୍କ କାର୍ଯ୍ୟପାଇଁ ଏକ ଅଟୋ ଦ୍ୱାରା ଆସିଥିଲେ ମଧ୍ୟ ବଜାର ଭିତରକୁ ଅଟୋ ଯିବା ମନା ହୋଇଥିବ ଯୋଗୁଁ ଅଟୋ ଚାଳକ ଜଣକ ଉକ୍ତ ବୃଦ୍ଧଙ୍କୁ ରାସ୍ତାରେ ଛାଡ଼ି ପଳାଇଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଓ ପୁଲିସ୍‍ କର୍ମଚାରୀମାନେ ଉକ୍ତ ଅଟୋ ଚାଳକକୁ ଅନ୍ୟ ରାସ୍ତାରେ ବ୍ୟାଙ୍କ୍‍ ପର୍ଯ୍ୟନ୍ତ ଯିବାକୁ କହିଥିଲେ ମଧ୍ୟ ଅଟୋ ଚାଳକ କିଛି ନ ଶୁଣି ସେଠାରୁ ଚାଲିଯାଇଥିଲା। ଦୁଇ ପାଦ ମଧ୍ୟ ଚାଲିକି ଯିବା ସମ୍ଭବ ନଥିବା ଉକ୍ତ ବୃଦ୍ଧଙ୍କୁ ଧରି ତାଙ୍କ ପୁଅ ଓ ସ୍ତ୍ରୀ କାନ୍ଦେଇକି ନେଉଥିବା ବେଳେ ସେହି ସମୟରେ ସେଠାରେ ଦାୟିତ୍ୱରେ ଥିବା ମହିଳା ଗୃହରକ୍ଷୀ ତଥା ପ୍ଳାଟୁନ୍‍ କମାଣ୍ଡର ସୁନିତା ପାତ୍ର ତୁରନ୍ତ ବିଳମ୍ବ ନକରି ନିଜର ସ୍କୁଟି ଦ୍ୱାରା ଉକ୍ତ ବୃଦ୍ଦଙ୍କୁ ନେଇ ବ୍ୟାଙ୍କରେ ଛାଡ଼ିଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories