www.samajalive.in
Wednesday, December 10, 2025
14.1 C
Bhubaneswar

ବ୍ୟାଙ୍କ ଘରୋଇକରଣକୁ କର୍ମଚାରୀଙ୍କ ବିରୋଧ

ଭୁବନେଶ୍ବର : ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଅଲ ଓଡିଶା ବ୍ୟାଙ୍କ ଏମ୍ପ୍ଲଇଜ ଫେଡରେସନ (ଏଓବିଇଏଫ) ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନଠାରେ ସୋମବାର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏପ୍ରିଲ ପହିଲାରେ କେନ୍ଦ୍ର ସରକାର ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଭାଙ୍ଗି ୪ଟି ବୃହତ୍‌ ବ୍ୟାଙ୍କ​‌ରେ ପରିଣତ କରିଥିଲେ। ଏ​ବେ ସରକାର ୬ଟି ବ୍ୟାଙ୍କକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ବ୍ୟାଙ୍କ କର୍ମଚାରୀ। ପ୍ରତିବାଦ ସଭାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ କରିବାକୁ ସରକାର କରୁଥିବା ମସୁଧାକୁ ନିନ୍ଦା କରାଯାଇଛି। ଏଓବିଇଏଫର ସାଧାରଣ ସମ୍ପାଦକ ପ୍ରକାଶ ରାୟ ଏହି ପ୍ରତିବାଦ ସଭାର ନେତୃତ୍ବ ନେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories