www.samajalive.in
Monday, December 8, 2025
24.1 C
Bhubaneswar

 କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା: ପୁଲିସର ମୃଦୁ ଲାଠିଚାଳନା

ବୁର୍ଲା: ବୁର୍ଲା ବିଷ୍ଣୁମନ୍ଦିର ପଡାରେ ଥିବା କଣ୍ଟେନମେଣ୍ଟ ଜୋନରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପରେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି । ଏଥି​‌ରେ ଜଣେ ଯୁବକ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ବିଷ୍ଣୁମନ୍ଦିର ପଡ଼ା କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ପ୍ରଶାସନ ପକ୍ଷରୁ ବାଉଁଶ ବାଡ଼ ଦିଆଯାଇଥିଲା । ମାତ୍ର ସ୍ଥାନୀୟ ଲୋକମାନେ ପୁଲିସକୁ ଏହି ବାଡ଼ ହଟାଇବାକୁ କହିଥିଲେ । ମାତ୍ର ନିୟମ ଅନୁସାରେ ବାଡ଼ ହଟି ପାରିବ ନାହିଁ ବୋଲି ପୁଲିସ କହିବା ପରେ ଲୋକମାନେ ବାଡ଼ ଭାଙ୍ଗି ଦେଇଥିଲେ । ଫଳ​ରେ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ଉକ୍ତ ପଡାରେ କଣ୍ଟେମେଣ୍ଟ ଜୋନ ହେବା ଆଜିକୁ ୧୪ ଦିନ ସମାପ୍ତ ହୋଇଯାଇଛି। ତେବେ ସେଠାରେ ବସବାସ କରୁଥିବା ଲୋକଙ୍କୁ କୌଣସି ସୁବିଧା ସୁଯୋଗ ମିଳୁ ନ ଥିବା ଲୋକେ ଅଭିଯୋଗ କରିଥିଲେ। ୧୫ ଦିନ ଧରି ବାନ୍ଧି ହୋଇ ରହିବା ଫଳରେ ସେମାନେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇ ପଡିବା ସହିତ ତାଙ୍କ ପରିବାର ପ୍ରତିପୋଷଣ କାଠିକର ହୋଇ ପଡ଼ିଥିବା ଲୋକେ ଅଭିଯୋଗ କରିଛନ୍ତି। ୧୪ ଦିନରେ ବ୍ୟାରିକେଡ଼ ଖୋଲାଯିବ ବୋଲି ସେମାନେ ଆଶାବାନ୍ଧି ବସିଥିଲେ ମାତ୍ର ତାହା ନ ହେବାରୁ କଣ୍ଟେନମେଣ୍ଟ ଜୋନ ଉଚ୍ଛେଦ କରିବା ସହିତ ବ୍ୟାରିକେଡ ଖୋଲିବାକୁ ପଡାବାସୀ ଅଡ଼ି ବସିବା ସହିତ କେତେକ ବୃଦ୍ଧଙ୍କୁ ନେବାଆଣିବା ପାଇଁ ଅସୁବିଧା ହେଉଥିବା ଦର୍ଶାଇଥିଲେ ଏବଂ ଜୋର ଜବରଦସ୍ତ ବ୍ୟାରିକେଡ ଭାଙ୍ଗିଦେଇଥିଲେ।  ଫଳରେ ପୁଲିସ ସହିତ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଯାଇ ଥିଲା। ଏହାପରେ ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ମାନସ ସ୍ୱାଇଁଙ୍କ ସମେତ ମହାନଗର ନିଗମ ଅଧିକାରୀ ଏବଂ ବୁର୍ଲା ଥାନାଧିକାରୀ ବିଭୁତି ଭୁଷଣ ଭୋଈଲୋକଙ୍କୁ ବୁଝାସୁଝା କରିବା ସହିତ ଖୁବ ଶୀଘ୍ର କଣ୍ଟେନମେଣ୍ଟ ଜୋନ ଉଚ୍ଛେଦ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି । 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories