www.samajalive.in
Tuesday, December 9, 2025
26.1 C
Bhubaneswar

୧୭ ନୂଆ ମାମଲା ସହ ଜିଲ୍ଲାରେ ୯ ଶହ ପାର ହେଲା ସଂକ୍ରମିତ ସଂଖ୍ୟା, ଭୟଭୀତ ନହେବାକୁ ପ୍ରଶାସନର ନିବେଦନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ନୂଆ ୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ମଧ୍ୟରେ ୭ ପୁରଷ ଓ ୧୦ ମହିଳା ରହିଛନ୍ତି। ଫୁଲବାଣୀରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଜି.ଉଦୟଗିରିରୁ ଜଣେ, ଦାରିଙ୍ଗିବାଡିରୁ ୩ ଜଣ, କେ ନୁଆଁଗାଁରୁ ଜଣେ, ତୁମୁଡିବନ୍ଧରୁ ୪ ଜଣ, ବାଲିଗୁଡାରୁ ଜଣେ ଓ ଫିରିଙ୍ଗିଆରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ବର୍ତମାନ ସୁଦ୍ଧା ୯୧୬ ଜଣ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ୫୨୯ ଜଣ ସୁସ୍ଥ ହେଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ବାକି ୩୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କୋଭିଡ୍‍ ସଂକ୍ରମିତ ଚିହ୍ନଟ ପାଇଁ ସାମ୍ପୁଲ ପରୀକ୍ଷାକୁ ବୃଦ୍ଧି କରାଯାଇଥିବାରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ଏଥିପାଇଁ ଭୟଭିତ ନହୋଇ କୋଭିଡ୍‍ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ କହିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାରେ ଏବେ ଦୈନିକ ପ୍ରାୟ ୧୦୦୦ ଜଣଙ୍କର ପରୀକ୍ଷା କରିବାର ବ୍ୟବସ୍ଥା ହୋଇଛି। ତେଣୁ ଯାହାର କରୋନା ସଂକ୍ରମଣ ସନ୍ଦେହ ରହୁଛି କିମ୍ବା ଲକ୍ଷଣ ପ୍ରକାଶ ପାଉଛି ସେ ସଙ୍ଗେ ସଙ୍ଗେ ନିଜର ପରୀକ୍ଷା କରାଇ ପାରିବେ। ଏଥି ସହ ଯେଉଁମାନଙ୍କର ଲକ୍ଷଣ ନଥାଇ କିମ୍ବା ସାମାନ୍ୟ ଲକ୍ଷଣ ଥାଇ ପଜିଟିଭ୍‍ ବାହାରୁଛି ସେମାନେ ଚାହିଁଲେ ନିଜ ଘରେ ସଂଗରୋଧରେ ରହିପାରିବେ ଯଦି ଘରେ ଏକୁଟିଆ ରୁମ୍‍ ଏବଂ ଅଲଗା ଶୈଚାଳୟ ଥିବ। ଯଦି ଲକ୍ଷଣ ଥାଇ ପଜିଟିଭ୍‍ ବାହାରେ ତେବେ ତାଙ୍କୁ ଜିଲ୍ଲାରେ ଥିବା କୋଭିଡ୍‍ ହସ୍ପିଟାଲ, କୋଭିଡ୍‍ କେୟାର ସେଂଟର କିମ୍ବା କୋଭିଡ୍‍ ହୋମ୍‍ ରେ ରଖି ଚିକିତ୍ସା କରିବାର ବ୍ୟବସ୍ଥା ରହିଛି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଆରିଟିପିସିଆର ଟେଷ୍ଟ ୭,୧୮୩ ଜଣଙ୍କର କରାଯାଇଥିବା ବେଳେ ଆଂଟିଜେନ ଟେଷ୍ଟ ୨୬୭୯ ଏବଂ ଟ୍ରୁନଟ ଟେଷ୍ଟ ୩୩ଟି କରାଯାଇଥିବା ସେ କହିଛନ୍ତି। ତେବେ କୋଭିଡ୍‍ ରୁ ନିଜକୁ ସୁରକ୍ଷିତ ରଖିବାକୁ ବିନା କାରଣରେ ଘରୁ ନବାହାରିବା, ବାହରକୁ ବାହରିଲେ ନିଶ୍ଚିତ ମାସ୍କ ବ୍ୟବହାର କରିବା, ସବୁବେଳେ ସାମାଜିକ ଦୁରତା ଅବଲମ୍ବନ କରିବା ତଥା ଜନ ଗହଳି ନକରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories