www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ଥାନରୁ ଆମଦାନୀ ୧୯୧ କିଲୋ ହିରୋଇନ ମୁମ୍ବାଇରୁ ଜବତ, ମୂଲ୍ୟ ୧୦୦୦ କୋଟି ଟଙ୍କା

ମୁମ୍ବାଇ: ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡ଼ିଆରଆଇ) ମୁମ୍ବାଇରୁ ଜବତ କରିଛି ୧୯୧ କିଲୋ ହିରୋଇନ । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୧ହଜାର କୋଟି ଟଙ୍କା ହେବ । ଡ଼ିଆରଆଇର ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନବୀ ମୁମ୍ବାଇର ନୱା ସେବା ପୋର୍ଟରୁ ଜବତ ଏହି ସାମଗ୍ରୀ ଆଫଗାନୀସ୍ଥାନରୁ ପାକିସ୍ଥାନ ଓ ପାକିସ୍ଥାନରୁ ସମୁଦ୍ର ରାସ୍ତାରେ ମୁମ୍ବାଇରେ ପହଞ୍ଚଛି । ବର୍ହିଃଶୁଳ୍କ ଓ ଡ଼ିଆରଆଇ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହି ସଫଳତା ମିଳିଛି । ବର୍ତମାନ ସୁଦ୍ଧା ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।

- Advertisement -

ଡ଼ିଆରଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିଶା ମାଫିାଆମାନେ ଏହି ଡ଼୍ରଗ୍ସକୁ ପ୍ଲାଷ୍ଟିକ୍ ପାଇପ୍ ମଧ୍ୟରେ ଲୁଚାଇ ଆଣିଥିଲେ । ପ୍ଲାଷ୍ଟିକ ପାଇପଗୁଡ଼ିକୁ ବାଉଁଶ ପରି ରଙ୍ଗ ଦିଆଯାଇଥିଲା ଓ ଏହାକୁ ଆୟୁର୍ବେଦୀୟ ଔଷଧ ବୋଲି କୁହାଯାଇଥିଲା । ଏହି ଘଟଣାରେ ଆମଦାନୀ କାଗଜପତ୍ର ପ୍ରସ୍ତୁତ କରିଥିବା ଦୁଇ କଷ୍ଟମ ହାଉସର ଏଜେଣ୍ଟଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପଛରେ ଢ଼େର ଲୋକଙ୍କର ସମ୍ପର୍କ ରହିଛି । ଏହା ସହ ଯେଉଁ କଣ୍ଟେନରରେ ଏହି ଡ଼୍ରଗ୍ସ ଅଣା ଯାଇଥିଲା ତାହାର ମାଲିକଙ୍କୁ ମଧ୍ୟ ଜେରା କରାଯାଉଛି । ସୂଚନାଯୋଗ୍ୟ ଯେ  କିଛିଦିନ ତଳେ ଏନଆଇଏ ଗୁଜରାଟ ନିକଟରୁ ପ୍ରାୟ ୫୦୦ କୋଯି ଟଙ୍କାର ହିରୋଇନ  କାରବାରରେ ପାକିସ୍ଥାନ ଓ ଦୁବାଇର ୮ ଜଣଙ୍କୁ ଗିରଫ କରିଥିଲା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories