www.samajalive.in
Saturday, December 13, 2025
15.1 C
Bhubaneswar

ରୁଷରେ ନଦୀରେ ବୁଡ଼ିଯାଇ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ମସ୍କୋ : ରୁଷରେ ପାଠ ପଢୁଥିବା ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କର ନଦୀରେ ବୁଡ଼ିଯାଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନେ ସମସ୍ତେ ତାମିଲନାଡୁର। ସେହି  ୪ଜଣ ଛାତ୍ର ବୁଡ଼ିଯାଇ ପ୍ରାଣ ହରାଇଥିବାର ଖବର ମିଳିଛି। ସେମାନେ ସମସ୍ତେ ଦକ୍ଷିଣ ଋଷର ବୋଲଗୋଗ୍ରାଦ ଷ୍ଟେଟ୍‍ ମେଡ଼ିକାଲ୍‍ ୟୁନିଭରସିଟିର ଛାତ୍ର ଥିଲେ। ବୋଲଗା ନଦୀରେ ସେମାନେ ବୁଡ଼ିଯାଇ ପ୍ରାଣହରାଇଥିବା ଖବର ମିଳିଛି। ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଜଣେ ଛାତ୍ର ଭାସିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ତିନିଜଣ ଭାସିଯାଇଥିଲେ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପାଡ଼ି ପାଲାନିସ୍ୱାମୀ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି।
ସେ କହିଛନ୍ତି, ରାଜ୍ୟ ସରକାର ବୈଦେଶିକ ମନ୍ତ୍ରଣାଳୟ ଓ ମସ୍କୋସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି ଏବଂ ସେହି ଛାତ୍ରମାନଙ୍କର ମୃତଦେହ ସ୍ୱଦେଶ ଅଣାଯିବାକୁ ବ୍ୟବସ୍ଥା କରାଯାଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories