www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଘିଅ କ୍ଷୀର

ଲୋକେ ଘିଅରେ ପରଟା, ହାଲୱା , ଆଦି ପ୍ରସ୍ତୁତ କରି ଖାଇଥାଆନ୍ତି। ଅଧିକାଂଶ ଲୋକଙ୍କୁ ଦେଶୀ ଘିଅ ଖାଇବା ଖୁବ ପସନ୍ଦ। ମାତ୍ର କ୍ଷୀରରେ ଘିଅ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ହୁଏତ ସଭିଏଁ ଜାଣି ନଥିବେ। ଆୟୁର୍ବେଦ ଅନୁଯାୟୀ, କ୍ଷୀରରେ ଘିଅ ମିଶାଇ ପିଇଲେ ବହୁ ଗମ୍ଭୀର ରୋଗ ଦୂର ହୋଇଥାଏ। ଏହାସହ ହାଡ଼ ମଧ୍ୟ ମଜଭୂତ ହୋଇଥାଏ। ଜାଣନ୍ତୁ ଏହା ବିଷୟରେ……
– କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଯେଉଁମାନଙ୍କ ପାଚନ ତନ୍ତ୍ର ଦୁର୍ବଳ, ସେମାନେ ନିୟମିତ –ରାତିରେ କ୍ଷୀରରେ ଘିଅ ମିଶାଇ ପିଇବା ଉଚିତ। ଏହାସହ ଏହି ଉପାୟ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
– ବହୁ ସମୟରେ ପାଟି ଭିତରେ ଲାଲ ଦାଗ ସୃଷ୍ଟି ହୋଇଥାଏ। ଏହି ସମୟରେ ନିଶ୍ଚୟ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ। ଏହା ଖୁବ ଉପକାରୀ।
– ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ଗର୍ଭବତୀ ମହିଳା ଏହାର ସେବନ କଲେ ଗର୍ଭସ୍ଥ ଶିଶୁ ସୁସ୍ଥ ଓ ବୁଦ୍ଧିମାନ ହୋଇଥାଏ।
– ଆୟୁର୍ବେଦ ଅନୁଯାୟୀ, ଏକ ଗ୍ଲାସ କ୍ଷୀରରେ, ଏକ ଚାମଚ ଘିଅ ମିଶାଇ ନିୟମିତ ପିଇବା ଦ୍ୱାରା ଶାରୀରିକ, ମାନସିକ ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories