www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଦେଶ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ

ଭୁବନେଶ୍ୱର:  ଗାନ୍ଧିଜୀଙ୍କ ନେତୃତ୍ଵରେ ହେଉଥିବା ଭାରତ ଛାଡ଼ ଆନ୍ଦୋଳନ ପାଇଁ ଅଗଷ୍ଟ ୯ ତାରିଖର ବିପ୍ଳବକୁ କ୍ରାନ୍ତି ଦିବସ ଭାବେ ଗ୍ରହଣ କରାଯାଇଥିଲା।ଶେଷରେ ଭାରତୀୟ ନେତୃବର୍ଗଙ୍କର ଗୋରା ସାହେବ ମାନଙ୍କୁ ଚରମବାଣୀ ଫଳରେ ୧୯୪୭ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନ ହୋଇଥିଲା।ଦେଶ ସ୍ୱାଧୀନତା ର ଏହି  ବିପ୍ଳବକୁ ମନେ ପକେଇବା ପାଇଁ ଅଗଷ୍ଟ ୯ ରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୋଭିଡ ୧୯ ନିୟମାବଳୀ ଅନୁସାରେ ସାମାଜିକ ଦୁରତ୍ୱକୁ ବଜାୟ ରଖି ନିରାଡ଼ମ୍ବର ଭାବେ କ୍ରାନ୍ତି ଦିବସ ପାଳନ କରାଯାଇଛି। ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବାହ୍ନରେ ପ୍ରଥମେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ମ୍ୟୁଜିଅମ ଛକ ସ୍ଥିତ ସହିଦସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ ପରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


ଏହି କାର୍ଯ୍ୟକର୍ମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ,କଂଗ୍ରେସ ନେତା ଶିବାନନ୍ଦ ରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ହଳଧର ସେଠୀ,କିଶୋର ଜେନା,ସୁଦର୍ଶନ ଦାସ,ଅଭୟ ବଡ଼ଜେନା,ଦୀପକ କୁମାର ମହାପାତ୍ର ,ଲିଙ୍ଗରାଜ ସାହୂ,ମାନସ ଆଚାର୍ଯ୍ୟ,ପ୍ରକାଶ ମିଶ୍ର, ଚିନ୍ମୟ ଦାଶ,ପ୍ରଣତି ମିଶ୍ର,ସୁବ୍ରତ ମହାପାତ୍ର,ସଂକୁନା କଂହର,ଜ୍ୟୋତିଷ ସାହୂ,ଶ୍ରୀୟସ୍ମିତା ପଣ୍ଡା,,ନୀଳମଣି ମିଶ୍ର,ମହମ୍ମଦ ସାହାଉଲା,କୁଳମଣି ସାହୂ,ବାଙ୍ଗଳା ମଲ୍ଲିଆ,ଦେବେନ୍ଦ୍ର ଦାଶ,ଶୈଳେନ୍ଦୁ ମଜୁମଦାର,ବିନୋଦ ବିହାରୀ ମହାପାତ୍ର,ବୁନା ମହାନ୍ତି,ରମାକାନ୍ତ ସାହୂ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories