www.samajalive.in
Sunday, December 7, 2025
13.1 C
Bhubaneswar

ସମ୍ବଲପୁର ଜିଲାରେ ୧୦୦୦ ଛୁଇଁଲା କରୋନା, ୪୫୭ ସୁସ୍ଥ

ସମ୍ବଲପୁର: ସମ୍ବଲପୁର ଜିଲାରେ ରବିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଛୁଇଁଛି। ରବିବାର ଚିହ୍ନଟ ୧୪ ଜଣ ସଂକ୍ରମିତଙ୍କ ସହ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୧ ହୋଇଥିବାବେଳେ ସେଥିରୁ ୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତନ୍ମଧ୍ୟରୁ ସକ୍ରିୟ ୫୪୨ ଜଣ କୋଭିଡ ହସପିଟାଲ ଓ ବୁର୍ଲା ଭିସୁଟ ପୁଲହ ହଷ୍ଟେଲସ୍ଥିତ କୋଭିଡ କେୟାର ସେଣ୍ଟରରେ ଚିକିତ୍ସାଧୀନ ରହିଥିବା ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ।

ଗତ ମଇ ୧୭ ତାରିଖ ସମ୍ବଲପୁର ଜିଲାର ପ୍ରଥମ କରୋନା ରୋଗୀ ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ କ୍ୱାରେନ୍‍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ଜୁଲାଇ ୮ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଥିଲା ଏବଂ ଜୁଲାଇ ୨୯ ତାରିଖରେ ୩୦୦ ଛୁଇଁଥିଲା। ତେବେ, ଗତ ୧୦ରୁ ୧୫ ଦିନ ମଧ୍ୟରେ ସମ୍ବଲପୁର ମହାନଗରର ବିଭିନ୍ନ ୱାର୍ଡରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଛି। ଏଯାବତ୍‍ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ୮୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରବିବାର ଚିହ୍ନଟ ୬ ଜଣଙ୍କୁ ମିଶାଇ ଷ୍ଟେସନପଡ଼ାରେ ସର୍ବାଧିକ ୧୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି।
କୋଭିଡ ଟେଷ୍ଟ ସଂଖ୍ୟା ବୃଦ୍ଧି କରିବା ସହ ସ୍ଥାନୀୟ ସଂକ୍ରମଣ ରୋକିବାକୁ ଜିଲାରେ ଆକ୍ଟିଭ ସର୍ଭିଲାନ୍ସ ଆରମ୍ଭ ହୋଇଥିବାରୁ ପ୍ରତିଦିନ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଜିଲା ତଥା ମହାନଗରର ବିଭିନ୍ନ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ, ବଫର ଜୋନ କରିବା ସହ ସଟ୍‍ଡାଉନ ଓ ୧୪୪ ଧାରା ଜାରି କରି ସଂକ୍ରମଣ ଶୃଙ୍ଖଳ ଭଙ୍ଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ଜିଲାରେ ରବିବାର ଚିହ୍ନଟ ସମସ୍ତ ୧୪ ଜଣ ଆକ୍ରାନ୍ତ ମହାନଗର ନିଗମ ଅଞ୍ଚଳର ହୋଇଥିବାବେଳେ ତନ୍ମଧ୍ୟରୁ ୨ ଜଣ ଆକ୍ଟିଭ ସର୍ଭିଲାନ୍ସ ଓ ୧୨ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ କୁମ୍ଭାରପଡ଼ା ଓ ବରେଇପାଲିର ଜଣେ ଲେଖାଏ ଏବଂ ଷ୍ଟେସନପଡ଼ା ଓ ଗୋପାଳଜୀ ମଠପାଖ ଅଞ୍ଚଳର ୬ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଲକ୍ଷଣବିହୀନ ହୋଇଥିବାବେଳେ ସେମାନଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଯାଇ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧିତ କରାଯାଇଥିବା ଜଣାପଡ଼ିଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲାପାଳ ଶୁଭମ ସାକ୍ସେନା ଚଳିତ ମାସର ସମସ୍ତ ଶନିବାର ଓ ରବିବାର ସଟ୍‍ଡାଉନ ଘୋଷଣା କରିଛନ୍ତି। ତେବେ, ମାସର ତୃତୀୟ ଶନିବାର ସ୍ୱାଧୀନତା ଦିବସ ପଡ଼ୁଥିବାବେଳେ ଚତୁର୍ଥ ଶନିବାର ଶ୍ରୀଗଣେଶ ପୂଜା ଓ ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅାଁଖାଇ ରହିଛି। ଏଥିପାଇଁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତଥା ଜନପ୍ରତିନିଧି ସଟ୍‍ଡାଉନ ଦିବସରେ ପରିବର୍ତ୍ତନ ଓ କଟକଣା କୋହଳ କରିବାକୁ ରାଜ୍ୟ ସରକାର, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories