www.samajalive.in
Sunday, December 7, 2025
26.1 C
Bhubaneswar

ନବରଙ୍ଗପୁରରେ ଜାତୀୟ କ୍ରାନ୍ତିଦିବସ ପାଳନ, ପୁରୁଣା ଜେଲକୁ ସ୍ୱାଧୀନତାର ସ୍ମାରକୀପୀଠ ଘୋଷଣା ଦାବି

ନବରଙ୍ଗପୁ : ନବରଙ୍ଗପୁରଠାରେ ରବିବାର ଜାତୀୟ କ୍ରାନ୍ତି ଦିବସ ପାଳନ କରାଯାଇଛି। ଜିଲା ଆଦିବାସୀ ସହିଦ ସ୍ମୃତି କମିଟି ପକ୍ଷରୁ ପାଳନ କରାଯାଇଛି। ଅତିଥି ମାନେ ଶହୀଦ ସ୍ୱାଧୀନତା ସଂଗ୍ରାମୀ ଙ୍କର ଉଦ୍ଦ୍ୟୋରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ କମିଟିର ଅଧ୍ୟକ୍ଷ ମୁନା ତ୍ରିପାଠୀ ସଭାପତିତ୍ୱ ରେ ଆୟୋଜିତ ସ୍ମୃତି ସଭାରେ ସାଂସଦ ରମେଶଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମିଶ୍ର ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର, ପୂର୍ବତନ ବିଧାୟକ ସଦନ ନାୟକ,ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ, ସାଂସଦ ପ୍ରତିନିଧି ପ୍ରମୋଦ ପାଢୀ ,ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ବିଜେପି ନେତା ଗୈାରୀଶଙ୍କର ମାଝୀ, ମା’ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ପ୍ରମୂଖ ଙ୍କର ସମେତ ବହୁ ମାନ୍ୟଗଣ୍ୟବ୍ୟକ୍ତି ବିଶେଷ ଯୋଗ ଦେଇ କ୍ରାନ୍ତି ଦିବସର ମହତ୍ତ୍ୱ ସଂପର୍କରେ କହିଥିଲେ। ଗତ୧୯୪୨ ମସିହାରେ ଇଂରେଜ ସରକାର ଦ୍ୱାରା ଏହିି କାରାଗାରରେ ୫୦ଜଣ ସ୍ୱାଧୀନତା ସଂଗ୍ରାମୀ ବନ୍ଦୀ ଜୀବନ କଟାଇଥିବାବେଳେ ୬ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ମହାନ ସ୍ମୃତି ବହନ କରୁଥବା ଏହି ଜେଲକୁ ସ୍ୱାଧୀନତାର ଜାତୀୟସ୍ମାରକୀପୀଠ ଘୋଷଣା କରିବାକୁ ଦାବି କରାଯାଇଛି। ଅତିଥୀ ମାନେ ଏଥିପ୍ରତି ପଦକ୍ଷେପ ନେଇ ରାଜ୍ୟସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories