www.samajalive.in
Friday, December 12, 2025
17.1 C
Bhubaneswar

ଘରୋଇକରଣକୁ ଏନଟିପିସି ଏମ୍ପ୍ଲଇଜ ୟୁନିୟନର ବିରୋଧ

କଣିହାଁ : କେନ୍ଦ୍ର ବିଜେପି ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକର ଘରୋଇକରଣ ବିରୁଦ୍ଧରେ ଏନଟିପିସି ଏମ୍ପ୍ଲଇଜ ୟୁନିୟନ(ଆଇଏନଟିୟୁସି) ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଛି । ରବିବାର ଏହା ବିରୁଦ୍ଧରେ ସର୍ବଭାରତୀୟ ସ୍ତରରେ ବିଭିନ୍ନ ୟୁନିୟନ ପକ୍ଷରୁ ପ୍ରତିବାଦ କରୁଥିବାବେଳ ଆଇଏନଟିୟୁସି ପକ୍ଷରୁ ଏନଟିପିସିସ୍ଥ ୟୁନିୟନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ କରିଥିଲେ । ରାଷ୍ଟ୍ରୀୟ ଉଦ୍ୟୋଗ ଏନଟିପିସି, ନାଲକୋ, ଏମସିଏଲ, ପିଜିସିଆଇଏଲ, ରେଳ, ବ୍ୟାଙ୍କ, ବୀମା ଜ଼ତ୍ୟାଦି ଲାଭଜନକ ସଂସ୍ଥା ଗୁଡିକୁ କେନ୍ଦ୍ର ସରକାର ଘରୋଇକରଣ ନାଁରେ ଶିଳ୍ପପତି ମାନଙ୍କୁ ଟେକି ଦେଉଥିଵାରୁ ୟୁନିୟନ ପକ୍ଷରୁ ନିନ୍ଦା କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ୟୁନିୟନର କାର୍ୟ୍ୟକାରୀ ସଭାପତି ଜଗବନ୍ଧୁ ପ୍ରଧାନ, ସାଧାରଣ ସମ୍ପାଦକ ସତ୍ୟାନନ୍ଦ ସାହୁ, ଉପସଭାପତି ଅଶୋକ ନାଏକ, ଅଫିସ ସମ୍ପାଦକ ନିର୍ମଳ ପ୍ରଧାନ, ପ୍ରବାସୀ ସାହୁ, ବାବୁଲି ଜେନା, ରତ୍ନାକର ବେହେରା , ଜିତେନ୍ଦ୍ର କୁମାର ପ୍ରଧାନ, ପୁରୁଷୋତ୍ତମ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories