www.samajalive.in
Saturday, December 13, 2025
26.1 C
Bhubaneswar

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଓଜେଇଇ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ କରିବା ପାଇଁ ଓଜେଇଇ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। କରୋନା ମହାମାରୀ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ଫଳରେ ଓଜେଇଇ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରବେଶିକା ପରୀକ୍ଷା ହୋଇନଥିଲା। କଟକଣା ଯୋଗୁଁ ଜାତୀୟସ୍ତରରେ ଜେଇଇ ମେନ୍‍ ଓ ନିଟ ପରୀକ୍ଷା ହୋଇନାହିଁ। ପ୍ରତିବର୍ଷ ଜେଇଇ ମେନ ଓ ନିଟ ପରୀକ୍ଷା ସରିବା ପରେ ଓଜେଇଇ ପରୀକ୍ଷା ହୋଇଥାଏ। ତେବେ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ଏବଂ ୧୩ରେ ସର୍ବ ଭାରତୀୟସ୍ତରରେ ନିଟ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ପରୀକ୍ଷା ସରିବା ମାତେ୍‍୍ର ଓଜେଇଇ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷ ଚିନ୍ତା କରିଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଷ ଓଜେଇଇ ସମସ୍ତ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଅନଲାଇନରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କିଛି ପାଠ୍ୟକ୍ରମର ପରୀକ୍ଷା ଅନଲାଇନରେ କରିଥିବା ବେଳେ ଆଉ କେତେକ ପାଠ୍ୟକ୍ରମର ପରୀକ୍ଷାକୁ ଅଫଲାଇନରେ କରାଯାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏ ବର୍ଷ ସମସ୍ତ ପରୀକ୍ଷା ଅନଲାଇନରେ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories