www.samajalive.in
Thursday, December 11, 2025
16.1 C
Bhubaneswar

ଧନଶ୍ରୀଙ୍କୁ ବିବାହ କରିବେ ଚହଲ୍‌

ନୂଆଦିଲ୍ଲୀ : ଭାରତୀୟ ସ୍ପିନର୍‌ ଯୁଜବେନ୍ଦ୍ର ଚହଲ୍‌ କୋରିଓଗ୍ରାଫର୍‌ ଧନଶ୍ରୀ ବର୍ମାଙ୍କୁ ବିବାହ କରିବା ନିଶ୍ଚିତ ହୋଇଯାଇଛି। ଶନିବାର ଚହଲ୍ ଓ ଧନଶ୍ରୀଙ୍କ ପାରମ୍ପରିକ ରୋକା ଉତ୍ସବ ଅନୁଷ୍ଠିତ ହୋଇଥିବା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଚହଲ୍‌। ଏକ ବିବାହ ପରାମ୍ପରା ଅନୁଯାୟୀ ରୋକା ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବର ଅର୍ଥ ହେଲା ଗୋଟିଏ ପୁଅ ସହ ଗୋଟିଏ ଝିଅର ବିବାହ ସ୍ଥିରୀକୃତ ହୋଇଯାଇଛି। ପୁଅ କିମ୍ବା ଝିଅର ବାପା ମା’ ଭବିଷ୍ୟତରେ ଅନ୍ୟ କୌଣସି ବିବାହ ପ୍ରସ୍ତାବ ଗ୍ରହଣ କରିବେ ନାହିଁ।  ସୂଚନାଥାଉକି ବିସିସିଆଇ ଆନୁକୂଲ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବ। ଆଇପିଏଲ୍‌ର ଚଳିତ ସଂସ୍କରଣରେ ଚହଲ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳିବେ। ଆଇପିଏଲ୍‌ ସରିବା ପରେ ଧନଶ୍ରୀ ଓ ଚହଲ୍‌ଙ୍କ ବିବାହ ଅନୁଷ୍ଠିତ ହୋଇପାରେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories