www.samajalive.in
Monday, December 8, 2025
14.1 C
Bhubaneswar

‘ମାସ୍କ’କୁ ଅନ୍ତର୍ଜାତୀୟ ଆୱାର୍ଡ

ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ଡ. ଶ୍ୱେତକୁମାର ଦାଶଙ୍କ ଦ୍ୱାରା ରଚିତ ଓ ନିର୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ଅନ୍ତର୍ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି। ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟାଇନ ଇମେଜ ଫିଲ୍ମ ଫେଷ୍ଟଭାଲ-୨୦୨୦ରେ ଇଣ୍ଟରନ୍ୟାସନାଲ ପିପୁଲ୍ସ ଆୱାର୍ଡ ମିଳିଛି। ସେହିପରି ଏହି ଚଳଚ୍ଚିତ୍ରଟି ଚଳିତବର୍ଷର ଲିଫ୍ଟ ଅଫ୍‍ ଫାଷ୍ଟ ଟାଇମ ଫିଲ୍ମ ମେକର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଓ ଫ୍ଲିକ ଫେୟାର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଫାଇନାଲସ୍ତରରେ ପ୍ରବେଶ କରିବାର ସୁଯୋଗ ପାଇଛି।
କରୋନା ମହାମାରୀ ସମୟରେ ମାସ୍କର ବ୍ୟବହାର ଓ ଏହାର ଗୁରୁତ୍ୱ ଦର୍ଶାଇବା ଉଦ୍ଦେଶ୍ୟରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ରେ ନବମ ଶ୍ରେଣୀରେ ପାଠ ପଢୁଥିବା ଅଜୟ ଚୌଧୁରୀ ନାମରେ ଜଣେ ଛାତ୍ର ‘ଅଜି’ ଭୂମିକାରେ ଅଭିୟନ କରିଛି। ଫିଲ୍ମରେ ଅଜି ପାଠପଢା ସାଙ୍ଗକୁ ତା’ ମା’ ନିଜ ହାତରେ ସିଲାଇ କରୁଥିବା କପଡା ମାସ୍କଗୁଡ଼ିକ ସାଇକଲରେ ବୁଲି ବୁଲି ବିକ୍ରି କରୁଛି। କିନ୍ତୁ ହାତ ତିଆରି ମାସ୍କ ଚକଚକିଆ ନଥିବାରୁ ଅଜି ଠାରୁ ସହରର ଲୋକମାନେ ମାସ୍କ କିଣିବାକୁ ପସନ୍ଦ କରୁନାହାନ୍ତି। ମାତ୍ର ୨୦ ଟଙ୍କା ଦେଇ ମାସ୍କ କିଣୁନଥିବା ଜଣେ ଧନୀ ବ୍ୟକ୍ତିଙ୍କୁ ଅଜି ମାଗଣାରେ ଏକ ମାସ୍କ ଦେବା ସହ ମାସ୍କ ପିନ୍ଧିବାର ମହତ୍ତ୍ୱ ବିଷୟରେ ଶିକ୍ଷା ଦେଉଛି। ଏହି ଚଳଚ୍ଚିତ୍ରରେ ସୌଭାଗିନୀ ମଲ ଅଜିର ମା’ ଭୁମିକାରେ ଅଭିନୟ କରିଥିବା ବେଳେ ଦୁର୍ଗାପ୍ରସାଦ ଶତପଥୀ ଧନୀ ଲୋକର ଅଭିନୟ କରିଛନ୍ତି। ନୀଳା ମହାପାତ୍ରଙ୍କ ନିଜସ୍ୱ ସୋସିଆଲ ଇମେଜ୍‍ ବ୍ୟାନରରେ ପ୍ରଯୋଜିତ ଏହି ଚଳଚ୍ଚିତ୍ରକୁ ଡ. ଦାସ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ମନୋରଞ୍ଜନ ନାୟକ କ୍ୟାମେରା ସଂଯୋଜନା ସହ ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ସୂଚନାଯୋଗ୍ୟ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ଦାଶ ଗଞ୍ଜାମ ଜିଲାକୁ କରୋନା ମୁକାବିଲା ପାଇଁ ଡେପୁଟେସନରେ ଆସି ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ସେ ଏକାଧିକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଜାତୀୟସ୍ତରରେ ମଧ୍ୟ ପୁରସ୍କୃତ ହୋଇସାରିଛନ୍ତି। ଆର୍ଜେଣ୍ଟିନାରେ ଅନୁଷ୍ଠିତ ଫିଲ୍ମ ଫେଷ୍ଟିଭାଲରେ ୩୦୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ’ମାସ୍କ’ ଆୱାର୍ଡ ହାତେଇ ପାରିଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ବିଷୟ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories