www.samajalive.in
Monday, December 8, 2025
13.1 C
Bhubaneswar

ନୀଳଗିରିରେ ପ୍ରଥମ ମୁଣ୍ଡ ନେଲା କରୋନା; ସହରରେ ହାଇ ଆଲର୍ଟ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ସହରରେ ମହାମାରୀ କରୋନା ପ୍ରଥମ ମୁଣ୍ଡ ଗଡ଼ାଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିବାବେଳେ ସହରରେ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।

ସମ୍ପ୍ରତି ନୀଳଗିରି ବ୍ଲକରେ ୬୧ ଏବଂ ପୌରାଞ୍ଚଳରେ ୧୨ଜଣ କରୋନା ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୀଳଗିରି ସହର ଅଧୀନ ଘାଟଘରସାହି ଅଞ୍ଚଳର ଅନନ୍ତ ନାୟକ ଓରଫ ହନ୍ତୁ (୫୮) ବାଲେଶ୍ୱର ସହରର ଏକ ପେଟ୍ରୋଲ ଟାଙ୍କି ମାଲିକଙ୍କର ସେ ଦୀର୍ଘବର୍ଷ ଧରି ଗାଡ଼ି ଚଳାନ୍ତି। କିଛିଦିନ ହେବ ସେ ଅସୁସ୍ଥ ଅନୁଭବ କରି ସ୍ୱାବ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ବାଲେଶ୍ୱର କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଣି ପରେ ପରେ ତାଙ୍କ ପରିବାରର ଅନ୍ୟ ୪ଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସମ୍ପ୍ରତି ଅନ୍ୟ ସଦସ୍ୟମାନେ ସୁସ୍ଥ ରହିଥିବା ବେଳେ ଅନନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ଶନିବାର ତାଙ୍କର ପରଲୋକ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ତାଙ୍କ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାକୁ ନୀଳଗିରିର ବିଭିନ୍ନ ମହଲରେ ଆଶୁଆରୋଗ୍ୟ କାମନା କରାଯାଇଛି। ତେବେ ମୃତକ ଜଣକ ପୂର୍ବରୁ ମଧ୍ୟ ଅନ୍ୟରୋଗରେ ଆକ୍ରାନ୍ତଥିବା ଜଣାଯାଇଛି। କରେନାରେ ମୃତ୍ୟୁ ଘଟିବା ସମ୍ପର୍କରେ ସରକାରୀଭାବେ ସମ୍ପ୍ରତି ଘୋଷଣା କରାଯାଇନଥିଲେ ହେଁ ଜଣେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନଥିବା ଏହି ରୋଗୀଙ୍କ ଅକାଳ ବିୟୋଗ ନୀଳଗିରିରେ ଶୋକର ଛାୟା ଖେଳିଯାଇଛି। ପ୍ରଶାସନିକ ସ୍ତରରେ ଉଦ୍ୟମକ୍ରମେ ବାଲେଶ୍ୱରରେ ତାଙ୍କ ଶବଦାହ କରାଯାଇଥିବା ସୂଚନା ମିଳିଛି।

- Advertisement -

ଅନ୍ୟପକ୍ଷରେ, କରୋନା ପାଇଁ ନୀଳଗିରିରେ ପ୍ରଥମ ମୁଣ୍ଡ ଗଡ଼ିବା ପରେ ନୀଳଗିରିରେ ହାଇ ଆର୍ଲଟ ଜାରି କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ନଥିଲେ ନୀଳଗିରି ସହରକୁ କୌଣସି ଗାଡ଼ି ମୋଟର ପଶିବାକୁ ଦିଆଯାଉନି। ନୀଳଗିରି ବସଷ୍ଟାଣ୍ଡ ନିକଟ ବାଇପାସ, ତଳସଡ଼କ ହନୁମାନ ମନ୍ଦିରଛକ, କଦମସାହି ଛକ, ଘାଟଘରସାହି ଛକ ଏବଂ ମିତ୍ରପୁର-ନୀଳଗିରି ମେଡିକାଲ ରୋଡ଼ରେ ପୁଲିସ ମୁତୟନ ରଖାଯାଇ ଏହି ରାସ୍ତାକୁ ସିଲ କରାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦେଶକ୍ରମେ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ତଥା ମାଜିଷ୍ଟ୍ରେଟ ଅଶେଷ ନାୟକ, ଏନଏସି ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ ପ୍ରମୁଖ ସହରର ବିଭିନ୍ନ ସ୍ଥାନରେ ଏଥିନେଇ କଡ଼ା ନଜର ରଖିଛନ୍ତି। ସହରର ସବୁଠି ପୁଲିସ ପ୍ରହରା ଚାଲିଥିବା ଦେଖିବାକୁ ମିଳିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories