www.samajalive.in
Monday, December 8, 2025
13.1 C
Bhubaneswar

ଆଠଗଡ଼ ଅଞ୍ଚଳରୁ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ଼: ଆଠଗଡ଼ ବ୍ଲକର ଖୁଣ୍ଟକଟାଠାରେ ଗତ ଗୁରୁବାର ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ସଂଗୃହିତ ୮୫ଜଣଙ୍କ ସ୍ୱାବ ମଧ୍ୟରୁ ପରୀକ୍ଷା ପରେ ୯ ଜଣଙ୍କର କରୋନା ପଜିଟିଭ ବାହାରିଥିବା ଜଣାପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନାକୁ ଆଧାରକରି ବ୍ରହ୍ମପୁର ସିଏଚସିର ଅଧୀକ୍ଷକ ଡାକ୍ତର ଦିଲ୍ଲୀପ ଦାସ ଏହା ପ୍ରକାଶ କରିଛନ୍ତି। ଖୁଣ୍ଟକଟା ଠାରେ ଅନୁଷ୍ଠିତ ସ୍ୱାବ ସଂଗ୍ରହ ଶିବିରରେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ କଣ୍ଟାକ୍ଟ ଟ୍ରେସିଂରେ ଠାବ ହୋଇଥିବା ଲୋକ ଏବଂ ଲକ୍ଷଣଥିବା କିଛି ଲୋକଙ୍କର ସ୍ୱାବ ସଂଗ୍ରହ ହୋଇଥିଲା। ୮୫ଜଣଙ୍କ ମଧ୍ୟରୁ ୯ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ମେଘାର ୧ବର୍ଷ ବୟସର ଜଣେ ଶିଶୁପୁତ୍ରଙ୍କ ସମେତ ତିନିଜଣ, ଧୁରୁଷିଆ, ଆଙ୍କୁଲା, ଅରଖପାଟଣା, କାବତାବରେଇ, ରେଗେଡ଼ାପଡ଼ା ଓ ତିଗିରିଆ କରଡାପଲିରୁ ଜଣେ ଲେଖାଏଁ ମୋଟ ୬ଜଣଙ୍କୁ ମିଶାଇ ମୋଟ ୯ଜଣ ଆକ୍ରାନ୍ତ ଥିବା ରିପୋର୍ଟରୁ ପ୍ରକାଶ। ସମସ୍ତ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଠଗଡ଼ ଏନଏସି କର୍ତ୍ତୁପକ୍ଷଙ୍କ ସହାୟତାରେ କଟକ ବିଦ୍ୟାଧରପୁରସ୍ଥିତ ଏକ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ଆଠଗଡ଼ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ତାହା ପ୍ରଶାସନ ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories