www.samajalive.in
Saturday, December 13, 2025
14.1 C
Bhubaneswar

ପେଟ ପାଟଣା ଆଗରେ ହାର ମାନୁଛି କରୋନା

ରେଙ୍ଗାଲି: ବୈଶ୍ୱିକ ମହାମାରି କରୋନାରୁ ରକ୍ଷା ପାଇବାବୁ ଜନତା କର୍ଫ୍ୟୁ ,ସଟଡାଉନ୍‍ ଓ ଲକ୍‍ ଡାଉନର ଆଦି କେତେ କେତେ କଟକଣା ଜାରି ହେଉଛି। କିନ୍ତୁ ମୁଠେ ଖାଇ ଦଣ୍ଡେ ଜିଉଁ ଥିବା ତଥା ହାତ ଗୋଡ ଚଲାଇ କିଛି ଉପାର୍ଜନ କଲେ ଭୋକରେ ରହିବା ଛଡା ଅନ୍ୟଗତି ନଥିବା ପରିବାର କରୋନା କଟକଣାକୁ ଖାତିର ନକରି ଜୀବନକୁ ବାଜି ଲଗାଇ ପରିବାର ପାଇଁ ଖାଦ୍ୟ ଯୋଗାଡ ସକାଶେ ଘୁରି ବୁଲୁଥିବାର ଦେଖିବାକୁ ମିଲୁଛି। କରୋନାରୁ ଜନ ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ସଂପ୍ରତି ସମ୍ବଲପୁର ଜିଲ୍ଲାରେ ସପ୍ତାହର ପ୍ରତି ଶନିବାର ଏବଂ ରବିବାର ସଟ୍‍ ଡାଉନ୍‍ ଘୋଷଣା କରାଯାଇଛି। ସଟ୍‍ ଡାଉନ୍‍ ସମୟରେ ସମସ୍ତ ବାଣିଜ୍ୟ ବ୍ୟବସାୟ ଅଫିସ ଦପ୍ତର ବନ୍ଦ ରହୁଛି। କିନ୍ତୁ ସଟ୍‍ ଡାଉନ୍‍ ହେଉ କି ଲକ୍‍ ଡାଉନ୍‍ ହେଉ କିଛି ଫରକ୍‍ ପଡୁ ନାହିଁ ଭୋକିଲା ମଣିଷ ମାନଙ୍କୁ। ସମ୍ବଲପୁର ଜିଲ୍ଲାର ଭୁଷଣଷ୍ଟିଲ୍‍ କାରଖାନା ଥିବା ଠେଲକୋଲୋଇ ଗ୍ରା ରେ ସଟ୍‍ ଡାଉନ୍‍ ସମୟରେ ଜଣେ ଗରିବ ଲୋକ ଅଳିଆ ଆବର୍ଜଜନା ପଡ଼ିଥିବା ଅସନା ପୂର୍ଣ ଇଲାକାରେ ଫିଙ୍ଗାଯାଇଥିବା ପ୍ଳାଷ୍ଟିକ୍‍ ଜିନିଷ , ପାଣି ବୋତଳ, ମଦ ବୋତଳ ଆଦି ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି । ଏଇଟା ମୋର ଜୀବନ ଜୀବିକା ଏବଂ ପରିବାର ପ୍ରତିପୋଷଣ ତଥା ପେଟପାଟଣାର ଉତ୍ସ ବୋଲି ଉକ୍ତ ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି। ପ୍ରତିଦିନ ମରି ମରି ବଞ୍ଚୁଥିବା ଆମ ଭଲି ମଣିଷ ମାନଙ୍କ ପାଇଁ କରୋନାର ଭୟ କଣ ବାବୁ ବୋଲି ବେପରଓା ଢଙ୍ଗରେ ଉତ୍ତର ଦେଇଥିଲେ ବର୍ଜ୍ୟବସ୍ତୁ ସଂଗ୍ରହକରୁଥିବା ବ୍ୟକ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories