www.samajalive.in
Thursday, December 11, 2025
16.1 C
Bhubaneswar

ଅନଲାଇନ୍ ଓପନ୍ ବୁକ୍ ପରୀକ୍ଷା ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଓପନ୍ ବୁକ୍ ପରୀକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି। ଏଥିପାଇଁ କୋର୍ଟ କେତେକ ସର୍ତ୍ତ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ ପ୍ରତିଭା ଏମ ସିଂଙ୍କ ଜଣିକିଆ ବେଞ୍ଚ ଏହି ନିର୍ଦ୍ଦେଶ ଦେବା ସହ ପ୍ରଶ୍ନପତ୍ର ପୋର୍ଟାଲରେ ଉପଲବ୍ଧ କରାଇବା ଏବଂ ପରୀକ୍ଷାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଇମେଲ କରିବା ଲାଗି ବିଶ୍ବବିଦ୍ୟାଳୟକୁ ପରାମର୍ଶ ଦେଇଛନ୍ତି।

ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ଜଷ୍ଟିସ୍ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ପରୀକ୍ଷା ପରିଚାଳନା ପାଇଁ ହାଇକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଅନ୍ୟ ସର୍ତ୍ତଗୁଡିକ ମଧ୍ୟରେ ଉତ୍ତର ସିଟ୍ ଅପଲୋଡ୍ କରିବା ପାଇଁ ଛାତ୍ରମାନଙ୍କୁ ଏକ ଘଣ୍ଟା ଅତିରିକ୍ତ ସମୟ ଦେବା ଏବଂ ଯଦି ସେମାନେ କିଛି ବୈଷୟିକ ତ୍ରୁଟିର ସମ୍ମୁଖୀନ ହୁଅନ୍ତି, ତେବେ ସେମାନଙ୍କୁ ଉତ୍ତର ସିଟ୍ ଇମେଲ୍ କରିବାକୁ ଅନୁମତି ଦିଆଯିବା ଦେବାକୁ କହିଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ଏକ ଅଟୋ-ଜେନେରେଟ୍ ଇମେଲ୍ ପଠାଯିବ ଯାହା ସେମାନଙ୍କ ଉତ୍ତର ସିଟ୍ ଗ୍ରହଣ କରାଯାଇଛି ବୋଲି ଜଣାପଡିବ।

- Advertisement -

ସୂଚନାଯୋଗ୍ୟ ଯେ ପୂର୍ବରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଓପନ୍ ବୁକ୍ ପରୀକ୍ଷା କରିବାକୁ ବିଜ୍ଞପ୍ତି ଜାରି କରିବା ପରେ ଅନେକ ଛାତ୍ର ଏହି ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories