www.samajalive.in
Thursday, December 11, 2025
14.1 C
Bhubaneswar

ଓଡ଼ିଶା ରୋଲ୍‍ ମଡେଲ୍‍, ସୁନାମି ସୁପରିଚାଳନା ପାଇଁ ୨ଗ୍ରାମକୁ ୟୁନେସ୍କୋ ସାର୍ଟିଫିକେଟ୍‌

ଭୁବନେଶ୍ୱର: ସୁନାମି ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଉପକୂଳ ଗ୍ରାମକୁ ସୁନାମି ମୁକାବିଲା ପ୍ରତିରୋଧୀ (ମୁକାବିଲା ପାଇଁ ପ୍ରସ୍ତୁତ) ବୋଲି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ମହାସାଗର ଅଞ୍ଚଳ ଭାବେ ଭାରତକୁ ଏହି ସଫଳତା ମିଳିଛି। ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ବ୍ଲକ୍‍ ଅନ୍ତର୍ଗତ ଭେଙ୍କଟରାୟପୁର (ବକ୍ସିପାଲ୍ଳୀ) ଗ୍ରାମ ଏବଂ ଜଗତସିଂହପୁର ଜିଲା ଏରସମା ବ୍ଳକ୍‍ ଅନ୍ତର୍ଗତ ନୋଳିଆସାହି ଗ୍ରାମକୁ ସୁନାମି ପ୍ରତିରୋଧୀ ଅଞ୍ଚଳ ଭାବେ ୟୁନେସ୍କୋର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଓସିଏନୋଗ୍ରାଫିକ୍‍ କମିସନ (ଆଇଓସି) ଘୋଷଣା କରିଛି।

ସୁନାମି ଭଳି ଦୁର୍ବିପାକର ମୁକାବିଲା ପାଇଁ ଏହି ଦୁଇ ଅଞ୍ଚଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଇଛି। ଏହି ସଫଳତା ପାଇଁ ଓଡ଼ିଶାକୁ ପୁରସ୍କୃତ କରାଯିବ। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ସହ ସୁନାମୀ ପରିଚାଳନାରେ ଓଡ଼ିଶା ସମଗ୍ର ଦେଶ ପାଇଁ ରୋଲ୍‍ ମଡେଲ ହୋଇପାରିଛି ବୋଲି କୁହାଯାଇଛି।
ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ଗୋଷ୍ଠୀ ସ୍ତରରୁ ଆରମ୍ଭ କରି ପ୍ରଶାସନର ଉଚ୍ଚସ୍ତର ପର୍ୟ୍ୟନ୍ତ ପ୍ରସ୍ତୁତି ସହିତ ଓଡ଼ିଶା ବଞ୍ଚିବା ଶିଖିପାରିଛି। ୧୯୯୯ ମହାବାତ୍ୟା ପରେ ଲୋକଙ୍କୁ ବିପଦମୁକ୍ତ କରିବା ଏବଂ ଗୋଷ୍ଠୀର ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ନିଜର ପ୍ରଥମ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିଷ୍ଠା କରିଥିଲା। ଏହା ପରଠାରୁ ବିପର୍ୟ୍ୟୟ ପରିଚାଳନାରେ ଓଡ଼ିଶା କ୍ରମାଗତ ଭାବେ ସଫଳତା ଅର୍ଜନ କରୁଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories