www.samajalive.in
Tuesday, December 9, 2025
23.1 C
Bhubaneswar

କିନ୍ନରଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: ବୃକ୍ଷ ରୋପଣ ଉତ୍ସବ ଅବସରରେ ଜିଲ୍ଲାରେ ବିଭିନ୍ନ ସଂଙ୍ଗଠନ ଦ୍ୱରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି କନ୍ଧମାଳ ଜିଲା ଫିରିଙ୍ଗିଆ ସ୍ଥିତ ମାତା ମୁର୍ଗିଦେବି କିନ୍ନର ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ଠାରୁ ଫିରିଙ୍ଗିଆ ମୁଖ୍ୟ ରାସ୍ତାର କଡରେ ବିଭିନ୍ନ ପ୍ରକାର ମୂଳ୍ୟବାନ ବୃକ୍ଷ ରୋପଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କିନ୍ନର ସଂଘର ସଭାପତି ମୁନି କିନ୍ନର ଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ଫିରିଙ୍ଗିଆ ବନପାଳ ଆଶିଶ କୁମାର ଦିଗାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଫିରିଙ୍ଗିଆ ଅଂଚଳର ମହିଳା ସମାଜସେବି ପ୍ରିୟଦର୍ଶନି ପ୍ରଧାନ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସଂପାଦିକା ରିଙ୍କି କିନ୍ନର,କୋଷାଧ୍ୟକ୍ଷ ନିଳାବତୀ କିନ୍ନର , ସୁହାନି କିନ୍ନର , ମନିସା କିନ୍ନର , ବୈଶାଖି କିନ୍ନର , ପ୍ରିତି ପ୍ରିୟଦର୍ଶିନି କିନ୍ନର , ଫୁଲ କିନ୍ନର ,ଗୁଲି କିନ୍ନ. ଭୁମି କିନ୍ନର , ଶିବାନୀ କିନ୍ନର ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ବୃକ୍ଷରୋପଣ ଅବସରରେ ଅନୁଷ୍ଟାନିକ ଭାବରେ ପୂଜାପାଠ କରାଯାଇ ଲିମ୍ବ , କରଞ, ଜାମୁ ଭଳି ବିଭିନ୍ନ ମୁଲ୍ୟବାନ ଗଛ ମୁଖ୍ୟ ରାସ୍ତା ପାର୍ଶ୍ବରେ ରୋପଣ କରାଯାଇଥିଲା।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories