www.samajalive.in
Saturday, December 13, 2025
26.1 C
Bhubaneswar

ଗମ୍ଭୀର ଡେୟାରଡେଭିଲ୍‌ସର ଅଧିନାୟକ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଓପ୍‌ନର ଗୌତମ ଗମ୍ଭୀର ତାଙ୍କ ସହରର ଫ୍ରାଞ୍ଚାଇଜି ଦିଲ୍ଲୀ ଡେୟାରଡେଭିଲ୍‌ସର ଅଧିନାୟକ ପଦକୁ ପୁଣି ଫେରିଛନ୍ତି। ଦୀର୍ଘ ୭ ବର୍ଷ ଧରି ବାମହାତି ଓପ୍‌ନର ଗମ୍ଭୀର କଲକାତା ନାଇଟ ରାଇଡର୍ସ (କେକେଆର୍‌) ପାଇଁ ଖେଳି ଏହାକୁ ୨ ଥର ଚମ୍ପିଆନ୍‌ କରିଥିଲେ। ତେବେ ୨୦୧୮ ଆଇପିଏଲ୍‌ ପାଇଁ ନିଲାମ ପୂର୍ବରୁ ଗମ୍ଭୀରଙ୍କୁ କେକେଆର୍‌ ଛାଡ଼ି ଦେଇଥିଲା। ଗତ ନିଲାମରେ ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍‌ସ ୨ କୋଟି ୮୦ ଲକ୍ଷ ଟଙ୍କାରେ କିଣିଥିଲା। ଏବେ ତାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି।
୩୬ ବର୍ଷ ବୟସ୍କ ଗୌତମ ଗମ୍ଭୀର ଆଇପିଏଲ୍‌ରେ ଅନ୍ୟତମ ସଫଳ ବ୍ୟାଟ୍‌ସମ୍ୟାନ। ସେ ୨୪୫ଟି ଟି୨୦ ମ୍ୟାଚ୍‌ରୁ ୬୩୧୭ ରନ୍‌ ସ୍କୋର୍‌ କରିଛନ୍ତି। ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍‌ସ ଦଳର ଅଧିନାୟକ ନିଯୁକ୍ତିକୁ ଦଳର ପ୍ରଶିକ୍ଷକ ରିକି ପଣ୍ଟିଂ ସ୍ୱାଗତ କରିଛନ୍ତି। ଆଇପିଏଲ୍‌ରେ ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ଗମ୍ଭୀର ନିଜକୁ ପ୍ରମାଣିତ କରି ପାରିଛନ୍ତି। ତେଣୁ ତାଙ୍କ ନେତୃତ୍ୱରେ ଦିଲ୍ଲୀ ଡେୟାରଡେଭିଲ୍‌ସ ଚଳିତବର୍ଷ ଭଲ ପ୍ରଦର୍ଶନ କରିବ ବୋଲି ପଣ୍ଟିଂ ଆଶା କରିଛନ୍ତି। ଆଇପିଏଲ୍‌ର ପ୍ରଥମ ୩ ବର୍ଷ ଗୌତମ ଗମ୍ଭୀର ତାଙ୍କ ସହରର ଦଳ ଦିଲ୍ଲୀ ଡେୟାରଡେଭିଲ୍‌ସ ପାଇଁ ଖେଳିଥିଲେ। ୨୦୧୧ରେ ସେ ଦିଲ୍ଲୀ ଛାଡ଼ି କେକେଆର୍‌ରେ ଯୋଗ ଦେଇଥିଲେ। କେକେଆର୍‌କୁ ଆସିବା ପରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଘଟିଥିଲା। ତେବେ ଗତବର୍ଷ ଗମ୍ଭୀର କେକେଆର୍‌ ପାଇଁ ସେପରି ଭଲ ପ୍ରଦର୍ଶନ କରି ପାରିନଥିଲେ। ବୋଧହୁଏ ଏଥିପାଇଁ ୨୦୧୮ ଆଇପିଏଲ୍‌ ପାଇଁ କେକେଆର୍‌ ଏହି ବାମହାତିଙ୍କୁ ଦଳରେ ରଖିନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories