www.samajalive.in
Friday, December 5, 2025
26.1 C
Bhubaneswar

ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ

କଟକ : ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ । ମାଲଗୋଦାମ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହାସହ ମାଲଗୋଦାମ ତିନିଟି ପର୍ଯ୍ୟାୟରେ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି ସିଏମସି ।

ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ କରୁଥିବା ହୋଲସେଲର୍ ସକାଳ ୧୦ଟାରୁ ଅପରାହ୍ଣ ୨ଟା ଯାଏଁ ଖୋଲିବ । ଅଣଅତ୍ୟାବଶ୍ୟକ ଦୋକାନଗୁଡ଼ିକ ସକାଳ ୭ଟାରୁ ୧୦ଟା ଯାଏଁ ଖୋଲିବ । ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା ଦୋକାନଗୁଡ଼ିକ ଦିନ ୨ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ମାଲଗୋଦାମ ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

- Advertisement -

କଟକ ମାଲଗୋଦାମ୍‌ କଣ୍ଟେନମେଣ୍ଟ ଅଂଚଳରୁ ଗତକାଲି ୧୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଓ କଟକବାସୀଙ୍କୁ ଚିନ୍ତାରେ ପକାଇଛି । କିଛି ଦିନ ହେବ ମାଲଗୋଦାମ ବେହେରା ସାହି ଅଞ୍ଚଳରେ ଲଗାତର ସଂକ୍ରମଣ ବଢି ଚାଲିଥିବାରୁ ପ୍ରଶାସନ ସେସବୁ ଅଂଚଳରେ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ତ୍ୱରାନ୍ୱିତ କରିଛି । ଏଥି ସହିତ ବେହେରା ସାହି ଲୋକଙ୍କୁ କଣ୍ଟେନମେଣ୍ଟ ଜୋନ୍‌ ବାହାରକୁ ଆସି ମାଲଗୋଦାମ୍ ଅଞ୍ଚଳରେ କାମ କିମ୍ବା ବୁଲାବୁଲି ନ କରିବାକୁ ପ୍ରଶାସନ ଓ ବ୍ୟବସାୟୀ ସଂଘ ପରାମର୍ଶ ଦେଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories