www.samajalive.in
Friday, December 12, 2025
23.1 C
Bhubaneswar

ବୃତ୍ତି ବଦଳାଇଦେଲା କରୋନା, ମେକାନିକ ଓ ଡ୍ରାଇଭର କାମ କରି ଚଳୁଛନ୍ତି ସନ୍ତରଣ କୋଚ

ବଲାଙ୍ଗିର: କରୋନା ମହାମାରୀ ଯୋଗୁ ଅନେକଙ୍କ ପକେଟରେ ପଡିଛି ଏକ ଶକ୍ତ ପାହାର। କିଛି ମାସ ଆଗରୁ ଭିନ୍ନ ଭିନ୍ନ କାର୍ୟ୍ୟ କରି ଟଙ୍କା ଆୟ କରିବା ସହିତ ପରିବାର ଚଲାଉଥିଲେ ଯୁବକ। କିନ୍ତୁ କରୋନା କଟକଣା ଲାଗିବା ପରେ ସମସ୍ତଙ୍କୁ ଏବେ ଆୟ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସ୍ୱିମିଂପୁଲ, ଜିମ୍ନାସିୟମ, ସିନେମାହଲ ବନ୍ଦ ହେବା ପରେ ଏହି ସ୍ଥାନରେ କାମ କରୁଥିବା ଯୁବକ ମାନେ କାମଧନ୍ଦା ହରାଇଛନ୍ତି। ଅନେକ ଟଙ୍କା ଆୟ କରିବା ପାଇଁ ଅନ୍ୟ ପନ୍ଥା ମଧ୍ୟ ଧରିଛନ୍ତି। କିନ୍ତୁ ବହୁ ଯୁବକ ଏବେ ବେକାର। ଏହି କରୋନାରେ କ୍ଷତିଗ୍ରସ୍ତ ହୋଇଛନ୍ତି ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସ୍ପୋର୍ଟ୍ସ କମ୍ଲେକ୍ସରେ ଥିବା ସନ୍ତରଣାଗାରର ୩ ଜଣ କୋଚ। ସନ୍ତରଣାଗାର ବନ୍ଦ ପଡିବା ପରେ ସେମାନଙ୍କ ଦରମା ବନ୍ଦ। ଦରମା ନ ମିଳିଲେ ଘର ଚଳିବ କେମିତି। ତେଣୁ ଦୁଇ ଜଣ ଏବେ ବିଦ୍ୟୁତ ମେକାନିକ କାମ କରୁଥିବା ବେଳେ ଆଉ ଜଣେ ଡ୍ରାଇଭର କାମ କରି ପରିବାର ଚଳାଉଛନ୍ତି।
ବଲାଙ୍ଗିର ଜିଲାର ତିନି ଧୁରନ୍ଧର ସନ୍ତରଣକାରୀ। ରାଜ୍ୟ ହେଉକି ଜାତୀୟ ସ୍ତରର ପ୍ରତିଯୋଗିତା ପ୍ରାୟତଃ ଏହି ତିନି ଜଣ ଖେଳାଳୀ ବଲାଙ୍ଗିରକୁ ପ୍ରତିନିଧିତ୍ୱ କରି ଭଲ ର‍୍ୟାଙ୍କରେ ରହି ପୁରସ୍କାର ହାସଲ କରିଥାନ୍ତି। ବଲାଙ୍ଗିର ଇନ୍ଦିରାନଗରର ୨ଭାଇ ନରେଶ ପଧାନ ଓ ସୁରେଶ ପଧାନ। ଛୋଟ ବେଳୁ ପୋଖରୀରେ ସନ୍ତରଣ କରିବାର ସଉକ ରଖିଥିଲେ। ଯୁବାବସ୍ଥାରେ ପ୍ରଦାର୍ପଣ କରିବା ପରେ ଏହି ଦୁଇ ଭାଇଙ୍କ ପାଇଁ ସନ୍ତରଣ ପାଲଟିଗଲା ନିଶା। ପରେ ଉଭୟ ବିଭିନ୍ନ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୧୪ ରୁ ୨୦୧୯ ପର୍ୟ୍ୟନ୍ତ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ରାଜ୍ୟ ଓ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିରକୁ ପ୍ରତିନିଧୀତ୍ୱ କରି ମେଡାଲ ହାସଲ କରିଛନ୍ତି। ନରେଶ ପଧାନ ୨୦୧୯ରେ ୬ସପ୍ତାହର ସନ୍ତରଣ କୋଚିଂ ଟ୍ରେନିଂ ସମାପ୍ତ କରିବା ପରେ ବର୍ଷକ ପୂର୍ବରୁ ବଲାଙ୍ଗିର ରାଜେନ୍ଦ୍ର ନାରାୟଭ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଥିବା ସନ୍ତରଣାଗାରରେ କୋଚ ଭାବେ ନିୟୋଜିତ ହୋଇଥିଲେ। ଭାଇ ସୁରେଶ ମଧ୍ୟ ଏଠାରେ କାର୍ୟ୍ୟ କରୁଥିବା ବେଳେ ଉଭୟ ପାଉଥିବା ଦରମା ଟଙ୍କାରେ ଘର ଚଳୁଥିଲା। ତେବେ କରୋନା କଟକଣା ଲାଗିବା ପରେ ସନ୍ତରଣାଗାର ବନ୍ଦ ହୋଇଯାଇଥିଲା। ସନ୍ତରଣାଗାର ସହିତ ତାଙ୍କ କାମ ମଧ୍ୟ ବନ୍ଦ ହୋଇଥିଲା। ଏପଟେ ଦରମା ନାହିଁ ସେପଟେ ଘର ଚିନ୍ତା। ଶେଷରେ ଉଭୟ ଭାଇ ବିଦ୍ୟୁତ ମେକାନିକ କାମ ଆରମ୍ଭ କରିଛନ୍ତି। ଘର ଘର ଯାଇ ଉଭୟ ୱେରିଂ କାମ କରୁଥିବା କହିଛନ୍ତି। ପେଟ ପାଇଁ ଯାହା କିଛି କରିବାକୁ ପଡିବ। ନିଜ ଇଚ୍ଚା ମୁତାବକ ନହେଲେ ମଧ୍ୟ କରିବାକୁ ବାଧ୍ୟ ବୋଲି ନରେଶ କହିଛନ୍ତି।
ସେହିପରି ଜିଲାର ଆଉ ଜଣେ ଦକ୍ଷ ସନ୍ତରଣକାରୀ ହେଉଛନ୍ତି ସୂର୍ୟ୍ୟ ମିଶ୍ର। ରାଜୀବନଗରରେ ରହୁଥିବା ସୂର୍ୟ୍ୟ ମଧ୍ୟ ସନ୍ତରଣରେ ବେଶ ପାରଙ୍ଗମ। ୨୦୧୪ରୁ ଅରମ୍ଭ କରି ୨୦୧୯ ପର୍ୟ୍ୟନ୍ତ ସେ ମଧ୍ୟ ରାଜ୍ୟ ତଥା ଜାତୀୟ ସ୍ତରର ସନ୍ତରଣ ପ୍ରତିଯୋଗିତାରେ ଭଲ ର‍୍ୟାଙ୍କ ରଖି ଉଚ୍ଚପ୍ରଶଂସିତ ହୋଇଛନ୍ତି। ଗତ ୨୦୧୯ରେ ୬ ସପ୍ତାହ କୋଚିଂ ଟ୍ରେନିଂ କରିବା ପରେ ସେ ମଧ୍ୟ ଉକ୍ତ ସନ୍ତରଣାଗାରରେ କୋଚ ଭାବେ ନିୟୋଜିତ ହୋଇଥିଲେ। ସୂର୍ୟ୍ୟ ଓ ନରେଶ ସ୍ୱୀକ୍‍ୃତିପ୍ରାପ୍ତ ଏନଆଇଏସ କୋଚ ହୋଇଥିବା ବେଳେ କରୋନା ଯୋଗୁ ଉଭୟଙ୍କ ଆର୍ଥିକ ସ୍ଥିତି ବେଶ ଦୁର୍ବଳ। ସୂର୍ୟ୍ୟ ସନ୍ତରଣାଗାର ବନ୍ଦ ହେବା ପରେ ଏବେ ଡ୍ରାଇଭର ଭାବେ କାମ କରୁଛନ୍ତି। ସେଥିରୁ ଯାହା କିଛି ମିଳୁଛି ନିଜ ପରିବାର ଚଳାଉଥିବା ସେ କହିଛନ୍ତି। କରୋନା ଯୋଗୁ ସନ୍ତରଣାଗାରରେ କାମ କରୁଥିବା ଏହି ୩ ଜଣ ଖେଳାଳୀ ଏବେ ବେଶ ସମସ୍ୟା ଭିତରେ ଗତି କରୁଛନ୍ତି। ଆର୍ଥିକ ସ୍ଥିତି ଦୋହଲିଯାଇଥିବା ବେଳେ ଯେଉଁ ଜିଲା ପାଇଁ ଗୈାରବ ଆଣିଲେ ସେହି ଜିଲା ପ୍ରଶାସନ ଏବେ ସେମାନଙ୍କୁ ଆଡ ଆଖିରେ ବି ଚାହୁଁନାହିଁ। ଏଭଳି କରୋନା ଯୋଗୁ କ୍ଷତିଗ୍ରସ୍ତ ଖେଳାଳୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆର୍ଥିକ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories