www.samajalive.in
Friday, December 12, 2025
26.1 C
Bhubaneswar

ଭଗବାନ ରାମଙ୍କ ଆଶୀର୍ବାଦ ସହିତ ଶେଷ ହେବ କରୋନା ସଙ୍କଟ : ଶିବସେନା

ମୁମ୍ବଇ : ଶିବସେନା ମଙ୍ଗଳବାର ଦିନ କହିଛି ଯେ, ଭଗବାନ ରାମଙ୍କ ଆଶୀର୍ବାଦରେ କୋଭିଡ -୧୯ ଶେଷ ହେବ। ଅଯୋଧ୍ୟାରେ ରାମ ମନ୍ଦିରର ଭୁମି ପୂଜନରେ ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ଅନୁପସ୍ଥିତି ଉପରେ ମଧ୍ୟ ଦଳ ମନ୍ତବ୍ୟ ଦେଇଛି।
ଶିବସେନା ଏହାର ମୁଖପତ୍ର ’ସାମାନା’ର ଏକ ସମ୍ପାଦକୀୟରେ କରୋନା ସଙ୍କଟ ମଧ୍ୟରେ ଆସନ୍ତାକାଲି ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ଭୁମି ପୂଜାକୁ ନେଇ ମତ ଦେଇଛି। ଶିବସେନା କହିଛି, ଦେଶର ପ୍ରଧାନମନ୍ତ୍ରୀ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବାଠାରୁ ବଡ଼ ସୁବର୍ଣ୍ଣ ମୁହୂର୍ତ୍ତ କିଛି ହୋଇ ନ ପାରେ। କରୋନା ଭୂତାଣୁ ସଂକ୍ରମଣ ବ୍ୟାପକ ହୋଇଛି କିନ୍ତୁ ଭଗବାନ ରାମଙ୍କ ଆଶୀର୍ବାଦରେ ଏହା ଶେଷ ହେବ।
ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ଦିନରୁ ସଂଗ୍ରାମ କରୁଥିବା ଆଡଭାନୀ ଏବଂ ଯୋଶୀ, ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ଏଥିରେ ଅଂଶଗ୍ରହଣ କରିବେ। କୋଭିଡ -୧୯ ସଂକ୍ରମଣକୁ ଦେଖି ସେମାନେ ଅଯୋଧ୍ୟାକୁ ଯାଉନାହାଁନ୍ତି । ଏହି ଅଭିଯାନ ସହିତ ଜଡିତ ଉମା ଭାରତୀ ମଧ୍ୟ ଅଯୋଧ୍ୟାକୁ ଯିବେ ନାହିଁ। ଶିବସେନା କହିଛି ଯେ ଭୁମି ପୂଜନ କାର୍ଯ୍ୟକ୍ରମକୁ ନେଇ ଦେଶ ଉତ୍ସାହିତ ଅଛି।

ଦଳ କହିଛି ’କରୋନା ଭାଇରସ ବ୍ୟାପିଛି। ଏହା ଅଯୋଧ୍ୟା, ଉତ୍ତରପ୍ରଦେଶ ଏବଂ ସମଗ୍ର ଦେଶରେ ବ୍ୟାପିଛି। ଭଗବାନ ରାମଙ୍କ ଆଶୀର୍ବାଦ ସହିତ ଏହି ସଙ୍କଟ ମଧ୍ୟ ଶେଷ ହେବ। ଅଯୋଧ୍ୟାରେ ଗୃହ ମନ୍ତ୍ରଣାଳୟ ସମସ୍ତ ପ୍ରକାର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଛି ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁପସ୍ଥିତ ହେତୁ ଏହି କାର୍ଯ୍ୟକ୍ରମ ସାମାନ୍ୟ ଫିକା ପଡ଼ିଯିବ। ରବିବାରଠାରୁ କରୋନା ସଂକ୍ରମଣ ହୋଇ ଶ୍ରୀ ଶାହା ଚିକିତ୍ସିତ ହେଉଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories