www.samajalive.in
Wednesday, December 10, 2025
16.1 C
Bhubaneswar

ମନରେଗା ଯୋଜନାରେ କାମ: ସୁବର୍ଣ୍ଣପୁର ଓ ଓସ୍ତିଆ ପଞ୍ଚାୟତ ପ୍ରବାସୀ ଶ୍ରମିକଙ୍କୁ ମିଳିଲା ରୋଜଗାର

ବାଙ୍କୀ: କଟକ ଜିଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ଓ ଓସ୍ତିଆ ପଞ୍ଚାୟତ ଦୁଇଟି ମଧୁର ହ୍ରଦ ଅଂଶୁପାର ପାଦ ଦେଶରେ ଅବସ୍ଥିତ। ଉଭୟ ପଞ୍ଚାୟତର ଶତାଧିକ ମତ୍ସ୍ୟଜୀବୀ ପରିବାର ମଧୁର ହ୍ରଦରୁ ମାଛ ମାରି ପେଟ ପୋଶୁଥିବା ସମୟରେ ବହୁ ଅନୁସୂଚିତ ଜାତିର ଲୋକମାନେ ମୁଲ-ମଜୁରୀ ଲାଗି ପରିବାର ପୋଷୁଥିଲେ। ଦୀର୍ଘ ୪ମାସ ଧରି ଲକ୍‍ଡାଉନ ପ୍ରଭାବ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ରୋଜଗାର ନାହିଁ। ଅଂଶୁପାରେ ମାଛ ନାହିଁ। ସରକାରୀ ଚାଉଳ ଓ ସହାୟତା ରାଶି ଦିନ କେତେଟାରେ ସରିଗଲା। ସେହିପରି ଓସ୍ତିଆ ପଞ୍ଚାୟତର ଶତାଧିକ ଶ୍ରମିକ ଲକ୍‍ଡାଉନ ପ୍ରଭାବରେ ଦୁର୍ଦ୍ଦିନରେ ପଡ଼ି ରୋଜଗାର ଚିନ୍ତାରେ ଥିଲେ। ଜୁଲାଇ ଶେଷ ସପ୍ତାହରେ ସୁବର୍ଣ୍ଣପୁର ଓ ଓସ୍ତିଆ ପଞ୍ଚାୟତ ନିମନ୍ତେ ଶ୍ରମିକ ମାନଙ୍କୁ ରୋଜଗାର ଯୋଗଇ ଦେବା ପାଇଁ ମନରେଗା ଯୋଜନାରେ ଡିମାଣ୍ଡ ମଂଜୁରୀ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇ ଆରମ୍ଭ ହୋଇଛି କାମ। ଏଠାରେ ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କ ସହିତ କାମ କରୁଛନ୍ତି ମଜୁରୀ ହରାଇଥିବା ଶ୍ରମିକ। ସୁବର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ନୂଆ ପୋଖରୀ ଖନନରେ ନିୟୋଜିତ ୧୬୩ଜଣ ଶ୍ରମିକ। ୬ ଦିନର କାର୍ଯ୍ୟ ପରେ ଡିମାଣ୍ଡ ଆସିଲେ ପୁନଃ ଅଧିକ ଶ୍ରମିକଙ୍କୁ କାର୍ଯ୍ୟଯୋଗାଇ ଦିଆଯିବ ବୋଲି କହିଛନ୍ତି ସରପଞ୍ଚ ତରୁଣ କୁମାର ମହାପାତ୍ର। ୭ ଲକ୍ଷ ଟଙ୍କା ବ୍ୟୟବରାଦରେ ନୂଆ ପୋଖରୀ ଖନନ ଚାଲିଛି। ସେହିପରି ଓସ୍ତିଆ ପଞ୍ଚାୟତ ଅଧିନ ନୂଆ ଓସ୍ତିଆ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଠାରୁ ୧୬ମାଣ ପର୍ଯ୍ୟନ୍ତ ଦୀର୍ଘ ୧ କି.ମି ରାସ୍ତାର ପୁନଃରୁଦ୍ଧାର କାର୍ଯ୍ୟ ମନରେଗା ଯୋଜନାରେ ଆରମ୍ଭ ହୋଇଛି। ୮୫ଜଣ ଶ୍ରମିକଙ୍କୁ କାର୍ଯ୍ୟ ଡିମାଣ୍ଡ ଆସିବା ପରେ ୪ ସପ୍ତାହ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ସରପଞ୍ଚ ମମତା ବେହେରା। ଦୀର୍ଘ ବର୍ଷ ପରେ ମନରେଗା କାର୍ଯ୍ୟରେ କୃଷି କ୍ଷେତକୁ ସଂଯୋଗ କରୁଥିବା ରାସ୍ତାଟିର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିବା ହେତୁ ଗ୍ରାମବାସୀଙ୍କ ମନରେ ଖୁସୀ ପ୍ରକାଶ ପାଇଛି। ୫ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟଟି ହେଉଥିବା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ କହିଛନ୍ତି। ଦୀର୍ଘ ୪ ମାସ ଧରି ଘରେ ବସି ରହିଥିବା ପ୍ରବାସୀ ଓ ଗରୀବ ଶ୍ରମିକ ମାନେ ଯୋଜନାରେ କାମ ପାଇଥିବା ହେତୁ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳବାର ଦିନ ସକାଳେ ବାଙ୍କୀ ବିଡିଓ ପ୍ରଭାତ କଲୁମାର ସାହୁ ୨ଗୋଟି କାମ ପରିଦର୍ଶନ କରି ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କ ସହିତ ଆଲୋଚନା କରିଛନ୍ତି। କାର୍ଯ୍ୟ ସ୍ଥଳୀରେପିଇବା ପାଣି,ଆବଶ୍ୟକ ଛାଇ ବ୍ୟବସ୍ଥା ଓ ସାମାଜିକ ଦୂରତାରେ କାର୍ଯ୍ୟ କରିବା ସହିତ ମାକ୍ସ ପରିଧାନ ପ୍ରତି ଦୃଷ୍ଟି ଦେବାକୁ ବିଡିଓ ସରପଞ୍ଚ,କନିଷ୍ଠ ଯନ୍ତ୍ରୀ ଓ ଗ୍ରାମ ରୋଜଗାର ସେବକ ଓ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଇ କାର୍ଯ୍ୟସ୍ଥଳୀ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିବା ପ୍ରତିନିଧିଙ୍କୁ କହିଛନ୍ତି। ମନରେଗା କାର୍ଯ୍ୟଟି ଦୁଇ ପଞ୍ଚାୟତର ଶ୍ରମିକ ମାନଙ୍କ ମଧ୍ୟରେ ଖୁସୀ ଭରିଥିବା ଜାଣିବାକୁ ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories