www.samajalive.in
Tuesday, December 9, 2025
16.1 C
Bhubaneswar

କୋଭିଡ ମାମଲା ଜଣାପଡିବା ପରେ ଆଇଡିବିଆଇ ଆଞ୍ଚଳିକ କାର୍ଯ୍ୟାଳୟ ସିଲ

ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କର ଆଞ୍ଚଳିକ କାର୍ୟ୍ୟାଳୟରେ ଏହାର ଦୁଇ ଜଣ କର୍ମଚାରୀ କୋଭିଡ ପଜିଟିଭ ଜଣାପଡିବା ପରେ ଏହାକୁ ଜୁଲାଇ ୩୧ଠାରୁ ସିଲ କରିଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ (ବିଏମସି)। ତିନି ମହଲା ବିଶିଷ୍ଟ ଏହି ବ୍ୟାଙ୍କର ପଜିଟିଭ ବାହାରିଥିବା ଦୁଇ କର୍ମଚାରୀ ଏହାର ଦୁଇ ମହଲାରେ କାର୍ୟ୍ୟ କରୁଥିଲେ। ଜଣେ କର୍ମଚାରୀ ଶେଷଥର ପାଇଁ ଜୁଲାଇ ୧୭ ରେ ଏବଂ ଅନ୍ୟ କର୍ମଚାରୀ ଜୁଲାଇ ୨୪ରେ ଅଫିସ ଆସିଥିଲେ । ତେଣୁ କୋଭିଡ ମାମଲା ଜଣାପଡିବା ପରେ ଆଗୁଆ ସୁରକ୍ଷା ପଦକ୍ଷେପ ସ୍ୱରୂପ ବ୍ୟାଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ତିନି ମହଲାର କାର୍ୟ୍ୟାଳୟକୁ ଜୁଲାଇ ୨୫ ଏବଂ ୩୧ରେ ସାନିଟାଇଜ କରାଯାଇଥିଲା । ଏହାପରେ ବିଏମସି ପକ୍ଷରୁ ବ୍ୟାଙ୍କ କାର୍ୟ୍ୟାଳୟକୁ ଜୁଲାଇ ୩୧ରେ ସିଲ କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ ମଧ୍ୟ ଦୁଇ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀମାନଙ୍କୁ ୧୬ ଦିନିଆ କ୍ୱାରେଣ୍ଟିନରେ ରଖାଯାଇଛି ।
ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଦ୍ଵିତୀୟ ମହଲାକୁ ଛାଡି ପ୍ରଥମ ଏବଂ ତୃତୀୟ ମହଲାରେ କାର୍ୟ୍ୟାଳୟ ଚାଲୁ କରିବାକୁ ଆଇଡିବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ୟ୍ୟାଳୟର ଜିଏମ (ସପୋର୍ଟ) ବିଏମସିର ଜୋନାଲ ଡେପୁଟି କମିଶନର(ଜେଡଡିସି)ଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଏବଂ ବିଏମସିର କୋଭିଡ ମାର୍ଗଦର୍ଶିକାର ଅନୁପାଳନପୁର୍ବକ ପୁନର୍ବାର ବ୍ୟାଙ୍କ ସେବା ଆରମ୍ଭ କରିବାକୁ ଚାହୁଁଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି । ଅନ୍ୟ ପକ୍ଷରେ ଏ ସମ୍ପର୍କରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ଯେ, ଆଇଡିବିଆଇ ଆଞ୍ଚଳିକ କାର୍ୟ୍ୟାଳୟ ପକ୍ଷରୁ ଜେଡଡିସିକୁ ବ୍ୟାଙ୍କ ଖୋଲିବାକୁ ପତ୍ରରେ ଅନୁରୋଧ କରାଯାଇଛି । ଏ ନେଇ ଆଜି ଆମର ପତ୍ର ହସ୍ତଗତ ହୋଇଛି । ଖୁବଶୀଘ୍ର ବ୍ୟାଙ୍କ ଖୋଲିବାକୁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି । ବର୍ତ୍ତମାନ କୋଭିଡ ଯୋଗୁ ମାନ୍ଦା ପଡିଥିବା ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । ତେଣୁ ଏଭଳି ସମୟରେ ଶିଳ୍ପ, ବାଣିଜ୍ୟିକ ,ସରକାରୀ ଏବଂ ଘରୋଇ କ୍ଷେତ୍ରର ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଆଞ୍ଚଳିକ କାର୍ୟ୍ୟାଳୟ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଉଛି ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories