www.samajalive.in
Monday, December 8, 2025
13.1 C
Bhubaneswar

ଦିଲ୍ଲୀ ଦଙ୍ଗା ଲାଗି ୫ ଜଣଙ୍କୁ ମିଳିଥିଲା ୧ କୋଟି ୬୨ ଲକ୍ଷ ଟଙ୍କା; ବିଦେଶରୁ ବି ଆସିଥିଲା ଅର୍ଥ

ନୂଆଦିଲ୍ଲୀ: ସିଏଏ ଓ ଏନ୍ଆରସି ବିରୋଧରେ ପ୍ରଦର୍ଶନ ଓ ତତ୍ ପରବର୍ତୀ ଦଙ୍ଗାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଦେଇଛି ନୂଆ ତଥ୍ୟ । ଏହି ଦଙ୍ଗା ନିମନ୍ତେ ପୂର୍ବ ପ୍ରସ୍ତୁତି ହୋଇଥିଲା ଓ ୫ ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତାରେ ୧,୬୨,୪୬,୦୫୩ ଟଙ୍କା ଜମା କରାଯାଇଥିଲା । ୫ଜଣଙ୍କ ବ୍ୟାଙ୍କ ଖାତାରେ ଏହି ଅର୍ଥ ଜମା କରାଯାଇଥିଲା । କେବଳ ସେତିକି ନୁହେଁ ଭାରତ ସହ ଓମାନ, କାତାର, ୟୁଏଇ ଓ ସାଉଦୀରୁ ମଧ୍ୟ କିଛି ଅର୍ଥ ଏମାନଙ୍କ ଖାତାରେ ଜମା ହୋଇଥିଲା । ଏକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଜୀ ନ୍ୟୁଜରେ ଏହି ତଥ୍ୟ ପ୍ରସାରିତ ହୋଇଛି ।

ରିପୋର୍ଟ ଅନୁସାରେ ଏହି ଦଙ୍ଗାର ଅଭିଯୁକ୍ତମାନେ ଏହି ଅର୍ଥରୁ ୧, ୪୭, ୯୮, ୮୯୩ ଟଙ୍କା ଦିଲ୍ଲୀରେ ହୋଇଥିବା ବିଭିନ୍ନ ପ୍ରଦର୍ଶନସ୍ଥାନରେ ଓ ଦଙ୍ଗା ନିମନ୍ତେ ଖର୍ଚ କରିଥିଲେ । ଏଥିରୁ ଧାରଣା ସ୍ଥଳରେ ପ୍ରଦର୍ଶନ ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ଓ  ଅନ୍ୟାନ୍ୟ ହତିଆର କିଣିଥିଲେ ।

- Advertisement -

ଏକ ନିର୍ଦିଷ୍ଟ ରାଜନୈତିକ ଦଳରୁ  ନିଲମ୍ବିତ ଜଣେ କାଉନସିଲରଙ୍କୁ ସର୍ବାଧିକ ଅର୍ଥ ମିଳିଥିଲା  ତାର ବ୍ୟାଙ୍କ ଜମା ଖାତାରେ ୧,୩୨, ୪୭,୦୦୦ ଟଙ୍କା ଜମା କରାଯାଇଥିଲା ଓ ସେ ସେଥିରୁ ୧.୨୯ କୋଟି ଟଙ୍କା ପ୍ରଦର୍ଶନ ଓ ଦଙ୍ଗା ନିମନ୍ତେ ଖର୍ଚ କରିଥିଲା ।

ଅନ୍ୟଜଣେ ଅଭିଯୁକ୍ତ  ଜମା ଖାତାରେ ୧୨, ୮୮, ୫୫୯ ଟଙ୍କା ଜମା ହୋଇଥିଲା । ଏହ ମଧ୍ୟରୁ ୫.୫୫ ଲକ୍ଷ ଟଙ୍କା ବିଦେଶରୁ ଅର୍ଥାତ୍ କାତାର, ଓମାନ ଓ ସାଉଦୀରୁ ଆସିଥିବା ଜଣାପଡ଼ିଛି । ସେହିପରି ଜଣେ ଅଭିଯୁକ୍ତ ଆକାଉଣ୍ଟରେ ୫, ୪୬, ୪୯୪ ଟଙ୍କା ଆସିଥିଲା ଓ ସେଥିରୁ ସେ ୨,୬୭,୦୦୦ ଟଙ୍କା ବାହାର କରିଥିଲା । ଏହା ସହ ଦଙ୍ଗା ଓ ସିଏଏ ବିରୋଧ ନିମନ୍ତେ ସେ ଏକ ରେଜିଷ୍ଟର ପ୍ରସ୍ତୁତ କରିଥିଲା । ସେଥିରେ କାହା ପାଖକୁ କେତେ ଟଙ୍କା ଆସିଥିଲା, କେତେ ଟଙ୍କା କାହାକୁ ଦିଆଯାଇଥିଲା ତାହା ଉଲ୍ଲେଖ କରିଥିଲା । ଅନୁରୂପ ଭାବରେ ଆଉଜଣେ  ଅଭିଯୁକ୍ତର ଜମା ଖାତାରେ ୬, ୨୩, ୦୦୦ ଟଙ୍କା ଆସିଥିଲା । ଏହାମଧ୍ୟରୁ ସେ ୨, ୧୦, ୮୯୩ ଟଙ୍କା ଧାରଣାସ୍ଥଳରେ ଖର୍ଚ କରିଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories