www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ଼-୧୯ ଲଢ଼େଇରେ ଗଲା କରୋନା ଯୋଦ୍ଧା ପୁଲିସ ଏଏସ୍ଆଇଙ୍କ ଜୀବନ

ଭଞ୍ଜନଗର: ତାରସିଂ ଥାନାର ଏଏସ୍‍ଆଇ ଶିବରାମ ଦାସଙ୍କ ଭଂଜନଗର କୋଭିଡ୍‍ କେୟାର କେନ୍ଦ୍ରରେ ମୃତ ଘଟିଛି। ସୋମବାର ଅପରାହ୍ନ ୫ଟା ୪୦ ମିନଟ ସମୟରେ ଏହି କରୋନା ଯୋଦ୍ଧାଙ୍କର ଏଠାରେ ମୃତ୍ୟୁ ଘଟିଥିବା କଥା ମେଡିକାଲ ସୁପରିଟେଣ୍ଡ ସୀତାଂଶୁ ଶେଖର ଶତପଥିଙ୍କଠାରୁ ପ୍ରକାଶ। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତେବେ, ମୃତ ଦାସଙ୍କର ସ୍ୱାବ ପରୀକ୍ଷା କରାଯିବା ପରେ ତାଙ୍କର ପଜିଟିଭ୍ ବାହାରିଥିଲା। ଫଳରେ ୨୭.୭.୨୦୨୦ ତାରିଖରେ ଭଂଜନଗର କୋଭିଡ୍‍ କେୟାର କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ ଦାସଙ୍କ ଠାରେ ପୂର୍ବରୁ ଅନ୍ୟ କିଛି ରୋଗ ଥିଲା କି ନାହିଁ ତାହା ମେଡିକାଲ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ ପ୍ରକାଶ କରିଛନ୍ତି।

ହଜାର ହଜାର ସଂଖ୍ୟାରେ ପ୍ରବାସୀଙ୍କୁ ସୁରତ, ତାବିଲନାଡୁ, କେରଳ ଓ ବାଙ୍ଗୋଲରରୁ ସୁଅ ଛୁଟିଥିବା ବେଳେ ଗଂଜାମ ଜିଲ୍ଲାର ପ୍ରବେଶ ପଥ ତାରସିଂ ଠାରେ ମୃତ ଏଏସ୍‍ଆଇ ଦାସ୍‍ ସମ୍ପୂର୍ଣ୍ଣ ଭାବେ ତଦାରଖ ଦାୟିତ୍ୱ ବହନ କରିଥିଲେ। ବହୁ ପ୍ରବାସୀଙ୍କୁ ପରିଚାଳନା କରିବା ଦାୟିତ୍ୱରେ ସେ ଆସିଥିବାରୁ ଅନ୍ୟ ପୁଲିସ୍‍ କର୍ମଚାରୀଙ୍କ ପରି ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ତାଙ୍କ ଠାରୁ କରୋନା ପଜିଟିଭ୍ ବାହାରିଥିଲା ବୋଲି ମେଡିକାଲ ତରଫରୁ କୁହାଯାଇଛି। ଏହା ଭଂଜନଗର କୋଭିଡ୍‍ କେୟାର କେନ୍ଦ୍ରରେ ପ୍ରଥମ ମୃତ ଘଟଣା ବୋଲି ଉପଜିଲ୍ଲାପାଳ ଶ୍ରୀ ମିଂଜ ପ୍ରକାଶ କରିଛନ୍ତି। ମଙ୍ଗଳବାର ଭୋର ୩ଟା ସମୟରେ ମୃତ କରୋନା ଯୋଦ୍ଧା ଶିବରାମ ଦାସଙ୍କର ଶବକୁ ଭଂଜଗରରୁ ବ୍ରହ୍ମପୁର ନିଆଯାଇ ସେଠାରେ ରାଷ୍ଟ୍ରୀୟ ମାର୍ୟ୍ୟଦା ପ୍ରଦାନ କରାଯିବା ପରେ ଅନ୍ତିମ ସକ୍ତାର କରାଯିବ ବୋଲି ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories