www.samajalive.in
Monday, December 8, 2025
20.1 C
Bhubaneswar

ଦୁର୍ବିସହ ଜୀବନ ବଞ୍ଚୁଛି ‘ହନୁ’ଧର୍ମେନ୍ଦ୍ର

ବଲାଙ୍ଗିର : ବଲାଙ୍ଗିର ସହରରେ ପଶୁପକ୍ଷୀ ଆଦୌ ସୁରକ୍ଷିତ ନାହାନ୍ତି। କେତେବେଳେ ପକ୍ଷୀମାନଙ୍କୁ ବନ ବିଭାଗର ନାକ ତଳେ ଫାସ ଲଗାଇ ଅବାଧାରେ ଶିକାର କରାଯାଉଥିବା ବେଳେ ଆଉ କେତେବେଳେ ପଶୁ ଶିକାର କରାଯାଉଛି। ବନ୍ୟପ୍ରାଣୀମାନଙ୍କୁ ମୁକ୍ତ ଭାବରେ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ଥିବା ବେଳେ ଆଜି ମଧ୍ୟ ସେମାନଙ୍କୁ କଏଦ କରି ରଖାଯାଉଛି।

ବଲାଙ୍ଗିର ସହରର ଜିଲାପାଳ ତଥା ଟାଉନ ଥାନା କାର୍ଯ୍ୟାଳୟରୁ ମାତ୍ର ଅଳ୍ପ ଦୂରରେ ଜଣେ ଯାଯାବର ବ୍ୟକ୍ତି ଏକ ହନୁ ମାଙ୍କଡକୁ ବେଆଇନ ଭାବେ ବେକରେ ଶିକୁଳି ଦେଇ ରଖିଛି। ନିଜେ ଠିକଣା ସମୟରେ ଖାଇବାକୁ ପାଉ ନଥିବା ବେଳେ ମାଙ୍କଡକୁ ମଧ୍ୟ ଠିକ ଭାବେ ଦେଉନି। ରାସ୍ତା କଡରେ ରହୁଥିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ଉକ୍ତ ହନୁ ମାଙ୍କଡ। ତାର ନା କୁଆଡେ ଧର୍ମେନ୍ଦ୍ର ରଖାଯାଇଛି। ଉକ୍ତ ମାଙ୍କଡକୁ ପଶୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରିବର୍ତ୍ତେ ନିଜ ପାଖରେ ରଖିଛନ୍ତି। ତାକୁ ଆବଶ୍ୟକୀୟ ଚିକିତ୍ସା କଲେ ହୁଏ ତ ମାଙ୍କଡଟି ବଞ୍ଚି ଯାଇ ପାରନ୍ତା। କିନ୍ତୁ ସେହି ଯାଯାବରଙ୍କ ଚେତନତା ଅଭାବ ଯୋଗୁଁ ଏବେ ଆବଶ୍ୟକୀୟ ଔଷଧ ଓ ଚିକିତ୍ସାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବଞ୍ଚୁଛି। ସହରର ମାଡ୍ରାସ ହୋଟେଲ ପାଖାପାଖି ଥିବା ଷ୍ଟଲମାନଙ୍କରେ ଆଶ୍ରିତ ହୋଇଥିବା ବେଳେ ସେ ମାଙ୍କଡର ଚିକିତ୍ସା କରିବାକୁ ନାରାଜ। ଏ ନେଇ ସ୍ଥାନୀୟ କିଛି ଲୋକ ଏହାକୁ ନେଇ ଆପତ୍ତି ଅଭିଯୋଗ ଉଠାଇଥିଲେ ହେଁ ଉକ୍ତ ଲୋକ ଆକ୍ରମଣ କରିବାକୁ ପଛାଉନଥିବା ଅଭିଯୋଗ ହୋଇଛି।
ଜିଲା ପ୍ରଶାସନ, ପୁଲିସ ପ୍ରଶାସନ ତଥା ବନ ବିଭାଗର ନାକ ତଳେ ପଶୁପକ୍ଷୀମାନେ ଅତ୍ୟାଚାରର ଶିକାର ହେଉଥିବା ବେଳେ ବିଭାଗୀୟ ବାବୁମାନେ ହାତ ବାନ୍ଧି ବସିଛନ୍ତି। ତେବେ ଏହାକୁ ନେଇ ପ୍ରଶ୍ନ ଉଠୁଛି ଉକ୍ତ ହନୁ ମାଙ୍କଡ ଶିକୁଳି ବନ୍ଧନରୁ ମୁକୁଳି ପାରିବ ତ! ନା ଅକାରଣେ ତାର ସେଭଳି ଜୀବନ ଚାଲିଯିବ। ଅନ୍ୟପକ୍ଷରେ ବଲାଙ୍ଗିର ସହରରେ ତଥାକଥିତ ପଶୁପକ୍ଷୀ ସୁରକ୍ଷା କର୍ମୀଙ୍କ ଅଭାବ ନାହିଁ। ବର୍ଷର ବିଶ୍ୱ ପରିବେଶ ଦିବସ, ବନ ମହୋତ୍ସବକୁ ଛାଡି ଦେଲେ ଅନ୍ୟ ସମୟରେ ସେମାନଙ୍କ ଦେଖା ଦର୍ଶନ ମିଳେ ନାହିଁ। ଖବରକାଗଜ, ବୈଦ୍ୟୁତିକ ଗଣମାଧ୍ୟମରେ ଫଟୋ ଉଠେଇବା ପାଇଁ ଆଗଭର ହେଉଥିବା ବେଳେ ଦୁର୍ବିସହ ଜୀବନ କାଟୁଥିବା ହନୁ ପାଇଁ ଟିକେ ଦରଦ ରହିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories