www.samajalive.in
Monday, December 8, 2025
24.1 C
Bhubaneswar

ଏନଏସିର ୩ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଆଠଗଡ : ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ୩ଟି ୱାର୍ଡରେ ଗତ ୨ଦିନ ମଧ୍ୟରେ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ୱାର୍ଡ ଗୁଡିକର ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ (ଆବଦ୍ଧ ଅଞ୍ଚଳ) ଘୋଷଣା କରାଯାଇଛି। ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଓ ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ରିପୋର୍ଟ କୁ ଆଧାର କରି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସଂପୃକ୍ତ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୫ଜଣ କର୍ମଚାରୀ ଓ ଜଣେ ମହିଳା କର୍ମଚାରୀଙ୍କର ୩ଜଣ ସଂପର୍କୀୟଙ୍କୁ ମିଶାଇ ୮ଜଣ ଏବଂ ୭ନଂ ୱାର୍ଡ ଅନ୍ତର୍ଗତ ଉପରସାହିର ୩୫ବର୍ଷିୟ ଜଣେ ମହିଳା କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କର ଘର ୨ନଂ ୱାର୍ଡ ଅନ୍ତର୍ଗତ ପଦ୍ମସାହିରେ ହୋଇଥିବାରୁ ସେହି ସାହିର ପ୍ରବେଶ ପଥ ଜଗନ୍ନାଥ ମନ୍ଦିର ନିକଟରୁ ସାହି ଶେଷ ଆଡକୁ ଥିବା କେଶବାନନ୍ଦ ମହାନ୍ତିଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ୱାର୍ଡ ନଂ ୭ ଅନ୍ତର୍ଗତ ଉପରସାହିର ମିଟୁ ଜେନାଙ୍କ ଘରଠାରୁ ଆଇସକ୍ରିମ ଫ୍ୟାକ୍ଟି ପର୍ଯ୍ୟନ୍ତ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ରହୁଥିବା କ୍ୱାର୍ଟର ଗୁଡିକ ଥିବା ଗାନ୍ଧିମାର୍ଗ ଅଞ୍ଚଳର ପୂର୍ତ୍ତବିଭାଗ କାର୍ଯ୍ୟାଳୟଠାରୁ ମହାବୀର ପ୍ଲାଜା ପର୍ଯ୍ୟନ୍ତ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ (ଆବଦ୍ଧ ଅଞ୍ଚଳ) ଘୋଷଣା କରାଯାଇଛି। ସୋମବାର ସକାଳ ୧୦ଟାରୁ ବୁଧବାର ରାତି ୧୦ଟା ପର୍ଯ୍ୟନ୍ତ ୬୦ ଘଣ୍ଟା ପାଇଁ ଉପରୋକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯିବା ସହ ବାଉଁଶ ବ୍ୟାରିକେଟ ଦ୍ୱାରା ଆବଦ୍ଧ କରାଯାଇଛି। ଏ ସବୁ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ସେ ସବୁ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଅତିଜରୁରୀ ଆବଶ୍ୟକତା ନଥିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କଣ୍ଟେନମେଣ୍ଟ ସମୟ ମଧ୍ୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯାଇ ପୃଥକବାସରେ ରହିବା ପାଇଁ କୁହାଯିବ ଏବଂ ଅଞ୍ଚଳ ଗୁଡିକୁ ବିଶୋଧନ କରାଯିବ ବୋଲି ନିର୍ବାହୀ ଅଧିକାରୀ ସୁଶ୍ରୀ ରଚମାଳା ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories