www.samajalive.in
Monday, December 8, 2025
24.1 C
Bhubaneswar

ଭାରତ-ଚୀନ ଉତ୍ତେଜନା: ସୀମାରେ ଟି-୯୦ ଟ୍ୟାଙ୍କ ଓ ମାଉଣ୍ଟେନ ରେଜିମେଣ୍ଟ ମୁତୟନ

ଭାରତ ଏବେ ଚୀନର କୌଣସି ଚାଲବାଜୀ ସଫଳ ହେବାକୁ ଦେବାକୁ ଚାହୁଁନାହିଁ । ଚୀନର ହରକତକୁ ଦୃଷ୍ଟିରେ ରଖି ଭାରତ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ଚୀନ କୌଣସି ପ୍ରକାର ଭୁଲ ପଦକ୍ଷେପ ଗ୍ରହଣ କଲେ ଭାରତ ପକ୍ଷରୁ ତୁରନ୍ତ ତାହାର ଜବାବ ଦେବାକୁ ସେନାକୁ ନିର୍ଦେଶ ଦିଆଯାଇଛି । କିଛିଦିନ ପୂର୍ବରୁ ଚୀନ ଦୌଲତବାଗ, ଓଲଡ଼ି, ଦେପସାଙ୍ଗ ପ୍ଲେସ ଆଦି ଅଞ୍ଚଳରେ ପ୍ରାୟ ୧୭ ହଜାର ଯବାନ ମୁତୟନ କରିଛି ।  ଭାରତ ପକ୍ଷରୁ ମଧ୍ୟ ଏହାର ପାଲଟା ପଦକ୍ଷେପ ଆରମ୍ଭ ହୋଇଛି । ଭାରତ ମଧ୍ୟ ଅନୁରୂପ ସଂଖ୍ୟକ ଯବାନ ସହ ଟି-୯୦ ଟ୍ୟାଙ୍କ ମୁତୟନ କରିଛି ।

ସରକାରୀ ସୂତ୍ର ଆଧାରରେ ଏଏନଆଇ ପକ୍ଷରୁ ପ୍ରକାଶିତ ଖବରରେ କୁହାଯାଇଛି ଯେ ଏହି ଅଞ୍ଚଳରେ ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ)ର କୌଣସି ନଖରାମୀକୁ ଜବାବ ଦେବାକୁ ଭାରତୀୟ ସେନା ପୁରା ପ୍ରସ୍ତୁତ ରହିଛି । ଚୀନ ସେନା ଅପ୍ରେଲରୁ ମେ ମାସ ମଧ୍ୟରେ ଏଠାରେ ପହଞ୍ଚିବା ପରେ ପିପି-୧୦ରୁ ପିପି୧୩ ପର୍ଯ୍ୟନ୍ତ ଅଞ୍ଚଳକୁ ପୁରା ନିଜ ନଜରରେ ରଖିଛି ଭାରତୀୟ ସେନା । ଚୀନ ସେନାକୁ ମୁକାବିଲା କରିବା ପାଇଁ ଭାରତୀୟ ସେନାର ମାଉଣ୍ଟେନ ବ୍ରିଗେଡ଼୍ ଓ ଆର୍ମଡ଼ ବ୍ରିଗେଡ଼ର ପ୍ରାୟ ୧୫ ହଜାର ସେନା ପ୍ରସ୍ତୁତ ହୋଇ ରହିଛନ୍ତି । ଏହା ସହ କିଛି ଟ୍ୟାଙ୍କ ରେଜିମେଣ୍ଟ ମଧ୍ୟ ସେଠାକୁ ପଠାଯାଇଛି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories