www.samajalive.in
Thursday, December 11, 2025
16.1 C
Bhubaneswar

ସମ୍ବଲପୁର କୋଭିଡ ହସ୍ପିଟାଲରେ ରୋଗୀଙ୍କ ବେଦନାସିକ୍ତ ଅଭିବ୍ୟକ୍ତି : ‘ସମସ୍ତେ ଘୃଣା କରୁଛନ୍ତି, ବଞ୍ଚିବାକୁ ଚାହୁଁନି’

ସମ୍ବଲପୁର : ମୁଁ ବଞ୍ଚିବାକୁ ଚାହେଁନାହିଁ। କରୋନା ରୋଗୀକୁ ସମସ୍ତେ ଘୃଣା କରୁଛନ୍ତି। ଦୂର ଦୂର ମାର ମାର କରୁଛନ୍ତି। ତେଣୁ ଏ ଦୁନିଆରେ ରହିବାକୁ ଚାହୁଁନି। ଏଥିପାଇଁ ଡାକ୍ତରଙ୍କୁ କହିଦେଇଛି। ମତେ କିଛି ଇଞ୍ଜେକସନ ଦେଇଦିଅ। ଆଉ ବଞ୍ଚିବାକୁ ଚାହୁଁନି ସାର। ଏହା କୌଣସି ନାଟକ କିମ୍ବା ଚଳଚିତ୍ରର ସଂଳାପ ନୁହେଁ। ସମ୍ବଲପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଜଣେ କରୋନା ରୋଗୀ ନିଜେ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିଥିବା ଭିଡିଓରେ ଏହା ପ୍ରକାଶ କରିଛନ୍ତି। ସେଥିରେ ସେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ୩ ଦିନ ହେବ ଚିକିତ୍ସିତ ହେଉଛନ୍ତି।

କରୋନା ରୋଗୀଙ୍କୁ ଯେଉଁଭଳି ଭାବେ ଚିକିତ୍ସା କରିବା କଥା ତାହା ଏଠାରେ ହେଉନାହିଁ। ରୋଗୀକୁ ଭଲଭାବେ ଚିକିତ୍ସା କରାଯାଉନାହିଁ। ମୋତେ କେବଳ ଔଷଧ ଓ ସାନ୍ତ୍ବନା ଦିଆଯାଉଛି। ଦିଆଯାଉଥିବା ଖାଦ୍ୟ ଖାଇଲେ ପେଟବ୍ୟଥା ଓ ବାନ୍ତି ହେଉଛି ତେଣୁ ମୋତେ ଖାଇବାକୁ ଇଚ୍ଛା ହେଉନାହିଁ। ସେମାନେ କେବଳ ସମ୍ବଲପୁର କୋଭିଡ ହସପିଟାଲରେ ଭଲ ଚିକିତ୍ସା ହେଉଛି ବୋଲି ବାହାବା ନେଉଛନ୍ତି। ସିକ୍ୟୁରିଟି ଗାର୍ଡ ଓ ଅନ୍ୟ କର୍ମଚାରୀମାନେ ଘୃଣା କରୁଛନ୍ତି। ତେଣୁ ସେ ବଞ୍ଚିବାକୁ ଚାହୁଁ ନ ଥିବା କହିଛନ୍ତି। ଏହି ଭିଡିଓ ସମ୍ପର୍କରେ ଜିଲାପାଳ ଶୁଭମ ସାକ୍ସେନାଙ୍କ ଦୃଷ୍ଟି ଆକର୍ଷଣ କରାଯିବାପରେ ସେ ଡାକ୍ତରଖାନା ଦାୟିତ୍ବରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ତାଙ୍କ ନିର୍ଦେଶକ୍ରମେ ସେମାନେ ଉକ୍ତ ରୋଗୀଙ୍କୁ ବୁଝାଶୁଝା କରିବା ସହ ସେ ଯେଉଁ ସମସ୍ୟାଗୁଡ଼ିକ ସମ୍ପର୍କରେ କହୁଛନ୍ତି ତାହାର ସମାଧାନ ପ୍ରୟାସ ମଧ୍ୟ କରୁଛନ୍ତି। ଜିଲାପାଳଙ୍କ କହିବା ଅନୁସାରେ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କିଛି ରୋଗୀଙ୍କ କ୍ଷେତ୍ରରେ ଏପ୍ରକାର ମନସ୍ତାତ୍ତ୍ବିକ ସମସ୍ୟା ଦେଖା ଦେଇଥାଏ। ତାର ନିରାକରଣ ପ୍ରୟାସ ମଧ୍ୟ କରାଯାଉଛି। ଆସନ୍ତା ସୋମବାର କିଛି ମନସ୍ତତ୍ତ୍ବବିତ୍‌ ଉକ୍ତ ରୋଗୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବେ, ତା’ସହିତ ସେ ଯେଉଁ ସମସ୍ୟା ଗୁଡ଼ିକ କଥା କହୁଛନ୍ତି ସେଗୁଡ଼ିକର ସମାଧାନ କରାଯିବ ବୋଲି କହିଛନ୍ତି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories