www.samajalive.in
Saturday, December 13, 2025
26.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା, ତଦନ୍ତ ତ୍ବରାନ୍ବିତ ପାଇଁ ମୁମ୍ବଇ ଗଲେ ପାଟନା ଏସ୍‌ପି

ପାଟନା/ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ବିହାର ପୁଲିସର ଅଧିକାରୀଙ୍କୁ ମୁମ୍ବଇ ପଠାଯାଇଛି। ରବିବାର ପାଟନା ସିଟି ଏସପି ବିନୟ କୁମାର ତିୱାରୀଙ୍କୁ ମୁମ୍ବଇ ପଠାଯାଇଥିବା ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି। ଶ୍ରୀ ତିୱାରୀ ବିହାର ପୁଲିସ ଦଳର ତଦନ୍ତରେ ସମନ୍ୱୟ ରକ୍ଷା କରିବା ସହିତ ଆବଶ୍ୟକ ସହଯୋଗ କରିବେ। ଅନ୍ୟପଟେ ବିହାର ପୁଲିସ ଅଭିଯୋଗ କରିଛି ଯେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ମୁମ୍ବଇ ପୁଲିସ ସହଯୋଗ କରୁ ନାହିଁ। ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମୁମ୍ବଇ ପୁଲିସ ପ୍ରଦାନ କରୁ ନଥିବା ବିହାର ପୁଲିସ ଅଭିଯୋଗ କରିଛି।

ଶବବ୍ୟବଚ୍ଛେଦ ରିପୋର୍ଟ ପାଇଁ ବିହାର ପୁଲିସ ମୁମ୍ବଇ ମହାନିଗମ ପରିଚାଳିତ କୁପର ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କିତ ସମସ୍ତ କାଗଜପତ୍ର ସ୍ଥାନୀୟ ପୁଲିସକୁ ଦିଆଯାଇଛି। ଶନିବାର ବିହାର ପୁଲିସ ବାନ୍ଦ୍ରା ପୁଲିସକୁ ଶବବ୍ୟବଚ୍ଛେଦ ରିପୋର୍ଟର ନକଲ ମାଗିଥିଲେ; ମାତ୍ର ଏହା ନକଲ ଦେବାକୁ ମନା କରିଥିଲା। ଶବବ୍ୟବଚ୍ଛେଦ ରିପୋର୍ଟ ସହିତ ସୁଶାନ୍ତଙ୍କ ଘରରର ସିସିଟିଭି କ୍ୟାମେରା ଫୁଟେଜ ଏବଂ ଫରେନସିକ୍‍ ରିପୋର୍ଟ ଦେବାକୁ ମୁମ୍ବଇ ପୁଲିସ ମନା କରିଛି।

- Advertisement -

ଅନ୍ୟପଟେ ଡିଜିପି ପାଣ୍ଡେ କହିଛନ୍ତି ଯେ ବିହାର ପୁଲିସର ତଦନ୍ତ ଆରମ୍ଭ ପରେ କେତେକ ଲୋକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ତେଣୁ ଏହି ଘଟଣା ପଛରେ କିଛି ରହସ୍ୟ ରହିଛି। ଅନ୍ୟପଟେ ବିହାର ପୁଲିସ ତଦନ୍ତ ପାଇଁ ଏବେ ସୁଶାନ୍ତ ଘର କବାଟକୁ ଖୋଲିଥିବା ବ୍ୟକ୍ତିକୁ (ନକଲି ଚାବି ତିଆରି କରିଥିବା ଲୋକ) ଜେରା କରିବା ଲାଗି ଖୋଜୁଛି। ଜୁଲାଇ ୧୪ ତାରିଖରେ ସୁଶାନ୍ତ ଘର କବାଟ ନ ଖୋଲିବାରୁ ଅପରାହ୍ଣ ପ୍ରାୟ ୧୨ଟା ୪୫ରେ ତାଙ୍କ ବନ୍ଧୁ ସିଦ୍ଧାର୍ଥ ଜଣେ ବ୍ୟକ୍ତିଙ୍କୁ ଡକାଇ ଗୁପ୍ତ ଚାବି ଦ୍ୱାରା ବାହାରୁ କବାଟ ଖୋଲିଥିଲେ। ଅନ୍ୟପଟେ ସୁଶାନ୍ତଙ୍କ ଘରର ଝାଡୁଦାର କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଘରର ସବୁକିଛିକୁ ନିୟନ୍ତ୍ରଣ କରୁଥିଲେ। ରିୟାଙ୍କ ଅନୁମତି ବିନା ସୁଶାନ୍ତଙ୍କ କୋଠରି ଭିତରକୁ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନଥିଲା।

ଏପରିକି ସୁଶାନ୍ତଙ୍କ କଠୋରି ସଫା ହେବ କି ନାହିଁ ତାହା ରିୟାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଥିଲା। ଏପରି ଏକ ସମୟ ଥିଲା ଯେତେବେଳେ ସୁଶାନ୍ତ ତାଙ୍କ କର୍ମଚାରୀଙ୍କ ସହିତ କଥା ହେବାକୁ ସୁଯୋଗ ପାଉ ନଥିଲେ। ବନ୍ଧୁ ସିଦ୍ଧାର୍ଥ ପ୍ରଥମେ ସୁଶାନ୍ତଙ୍କ ମୃତଦେହକୁ ଝୁଲିବା ଅବସ୍ଥାରେ ଦେଖିଥିଲେ। ତେଣୁ ସିଦ୍ଧାର୍ଥଙ୍କ ଉପରେ ବିହାର ପୁଲିସ ତଦନ୍ତକୁ ନିବଦ୍ଧ କରିଛି। ଜୁଲାଇ ୨୫ରେ ସୁଶାନ୍ତଙ୍କ ପିତା କୃଷ୍ଣ କୁମାର ସିଂହ ପୁଅର ମୃତ୍ୟୁପାଇଁ ରିୟା, ତାଙ୍କ ପରିବାର ସଦସ୍ୟ ଓ ଅନ୍ୟ ୬ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମାମଲା ଆଧାରରେ ଏହାର ତଦନ୍ତ ପାଇଁ ବିହାର ପୁଲିସର ୪ଜଣିଆ ଟିମ୍‍ ତଦନ୍ତ ପାଇଁ ମୁମ୍ବଇ ଯାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଉପରେ ମୁମ୍ବଇ ପୁଲିସ ତଦନ୍ତ କରୁଥିବାବେଳେ ବିହାର ପୁଲିସ ଅଲଗା ଭାବେ ଏହାର ତଦନ୍ତ କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories