www.samajalive.in
Monday, December 8, 2025
24.1 C
Bhubaneswar

ବାଲ୍ୟ ବିବାହ କରିଥିବା ଯୁବକ ଗଲେ ଜେଲ

ପାଇକମାଳ: ପାଇକମାଳ ଥାନା ଟେମରି ଗ୍ରାମର ଦେବାର୍ଚ୍ଚନ ସୁନା (୨୬) ବାଲ୍ୟ ବିବାହ କରି ଜେଲ ଯାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଦେବାର୍ଚ୍ଚନ ଇଟା ଗଢିବା ପାଇଁ କଟକକୁ ଯାଇଥିବା ବେଳେ ତାଙ୍କ ସହିତ ଯାଇଥିବା ଏକ ନାବାଳିକାକୁ ସେଠାରେ ଭଲ ପାଇ ବସିଥିଲେ। ଗତ ମାର୍ଚ୍ଚ ମାସରେ ଦେବାର୍ଚ୍ଚନର ବଡ ଭାଇ ଅଲେଖ ସୁନା ସେହି ଗ୍ରାମର ଜଣେ ମହିଳାଙ୍କୁ ବିବାହ କରିବା ପରେ ଦେବାର୍ଚ୍ଚନ ଭଲ ପାଉଥିବା ନାବାଳିକାକୁ ସେହି ବେଦିରେ ବସି ବାହା ହୋଇଯାଇଥିଲେ। ତେବେ ଘଟଣାର ୪ ମାସ ପରେ ଏ ବିଷୟରେ ଅଙ୍ଗନବାଡି କର୍ମୀ ଜାଣିବା ପରେ ପାଇକମାଳ ସିଡିପିଓଙ୍କୁ ଜଣାଇଥିଲେ। ସିଡିପିଓ ବରଗଡ ସିଡବ୍ଲୁସିଙ୍କୁ ଜଣାଇଥିଲେ। ସିଡବ୍ଲୁସିଙ୍କ ନିର୍ଦ୍ଦେଶ କ୍ରମେ ସିଡିପିଓ ସନ୍ତୋଷିନୀ ଗିରି ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପାଇକମାଳ ପୁଲିସ୍ କେସ ନମ୍ବର ୧୧୮/୨୦ ଦଫା ୩୭୬(୩) ଭାଦଆ /୬-ପସ୍କୋ ଧାରା -୨୦୧୨/୯/୧୦ ବାଲ୍ୟ ବିବାହ ନିରୋଧ ଆଇନ-୧୯୯୬ରେ ମାମଲା ରୁଜୁ କରି ଦେବାର୍ଚ୍ଚନକୁ ଗିରଫ କରି ବରଗଡ ପସ୍କୋ କୋର୍ଟରେ ହାଜର କଲା ପରେ ବରଗଡ ଜେଲକୁ ପଠାଇ ଦିଆଯାଇଛି। କେସରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପାଇକମାଳ ଥାନାରୁ ନୋଟିସ ଦିଆଯାଇଛି।

- Advertisement -

ଅନ୍ୟପକ୍ଷରେ ଦେବାର୍ଚ୍ଚନ ଗତ ମାର୍ଚ୍ଚ ମାସରୁ ବିବାହ କରି ନାବାଳିକାକୁ ନିଜ ଘରେ ରଖି​‌ଥିଲେ ମଧ୍ୟ ଏ ନେଇ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କଠାରୁ ଆରମ୍ଭ କରି ସିଡିପିଓ, ସିଡବ୍ଲୁସି ଆଦି ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories