www.samajalive.in
Monday, December 8, 2025
13.1 C
Bhubaneswar

ବିନା ଅନୁମତିରେ ଆସିଲା ପିକ୍‍ଅପ୍‍ ଭ୍ୟାନ୍‍, ଜୋରିମାନା ଦେଇ ଫେରିଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାରେ ଫୁଲବାଣୀ, ବାଲିଗୁଡା ସମେତ ଅନେକ ସ୍ଥାନରେ କଂଟେନମେଂଟ ଜୋନ୍‍ କରାଯାଇଥିବା ଜିଲ୍ଲାର ବାକି ଅଂଚଳରେ ଲକ୍‍ଡାଉନ୍‍ ଜାରି କରାଯାଇଛି। ଏଥି ସହ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଥିବା ନାକା ପୋଷ୍ଟ ଗୁଡିକୁ କଡାକଡି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ହେଲେ ଏହି ସବୁ ନାକା ପୋଷ୍ଟରେ ସାଧାରଣ ଲୋକଙ୍କୁ ଛଡା ଯାଉନଥିବା ବେଳେ ବିଭିନ୍ନ ବ୍ୟବସାୟୀଙ୍କ ଗାଡିକୁ ଛାଡି ଦେଉଥିବା ଅଭିଯୋଗ ହେଇଛି। କିଏ ପାସ୍‍ ଦେକାଇ ପ୍ରବେଶ କରୁଥିବା ବେଳେ ଆଉକିଏ ହାତଗୁଞ୍ଜା ଦେଇ ଅବାଧାରେ ପ୍ରକାଶ କରୁଥିବାର ଅଭିଯୋଗ ହୋଇଛି। ଗଞ୍ଜାମରୁ ୩ ଜଣ ଯୁବକ କନ୍ଧମାଳ ଦେଇ ବୌଦ୍ଧ ଚାଲି ଚାଲି ଯାଇଥିବା ବେଳେ ସେମାନଙ୍କୁ କଳିଙ୍ଗା ନାକାପୋଷ୍ଟରେ ଛାଡି ଦିଆଯାଇଥିଲା। ସେହିଭଳି ଆଜି ଏକ ମାଛ ବୋଝେଇ ପିକ୍‍ଅପ ଭ୍ୟାନ୍‍କୁ ମଧ୍ୟ ଖଜୁରିପଡା ନାକା ପୋଷ୍ଟରେ ବିନା ଅନୁମତିରେ ଛାଡି ଦିଆଯାଇଥିଲା। ଉକ୍ତ ପିକ୍‍ଅପ ଫୁଲବାଣୀ ସହରରେ ମାଛ ଅନ୍‍ଲୋଡ୍‍ କରି ଫେରି ଯାଉଥିବା ବେଳେ ପିଅନପଡ଼ା ଛକରେ ରାତ୍ର ପ୍ରାୟ ୪ଟା ସମୟରେ କିଛି ସ୍ଥାନୀୟ ଯୁବକ ଉକ୍ତ ପିକ୍‍ଅପ ଭ୍ୟାନ୍‍କୁ ଅଟକାଇଥିଲେ। ତେବେ ପଚାରିବା ବେଳେ ଉକ୍ତ ଗାଡ଼ିର କର୍ମଚାରୀ ମାନେ ସେମାନେ ଅନୁମତି ନେଇ ଆସିଥିବା ପ୍ରକାଶ କରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଅଞ୍ଚଳବାସୀ ଅନୁମତି ପତ୍ର ଦେଖାଇବାକୁ ବାଧ୍ୟ କରିଥିଲେ। ତେବେ ପିକ୍‍ଅପ ଭ୍ୟାନ୍‍ର କର୍ମଚାରୀମାନେ କୌଣସି ପ୍ରକାର କାଗଜପତ୍ର ଦେଖାଇ ପାରିନଥିବା ବେଳେ ସେମାନେ ଯେଉଁ ରାସ୍ତାଦେଇ ଆସୁଛନ୍ତି ଉକ୍ତ ରାସ୍ତାରେ ଥିବା ନାକା ପୋଷ୍ଟରେ ସେମାନେ ହାତଗୁଞ୍ଜା ଦେଇ ଆସୁଥିବା ଅଞ୍ଚଳବାସୀଙ୍କ ନିକଟରେ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ପିଅନପଡ଼ା ଅଞ୍ଚଳବାସୀଙ୍କ ଠାରୁ ଖବର ପାଇଁ ଉପଜିଲ୍ଲାପାଳ ସୁରେଶ ପ୍ରଧାନ, ଫୁଲବାଣୀ ଟାଉନ୍‍ ଥାନା ପୁଲିସ ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଫୁଲବାଣୀ ଟାଉନ୍‍ ଥାନା ପୁଲିସ ଡ୍ରାଇଭର ଓ ମାଛ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖିବା ସହିତ ଅପରାହ୍ନରେ ସେମାନଙ୍କ ନିକଟରୁ ୫ ହଜାର ଟଙ୍କା ଫାଇନ ଆଦାୟ କରି ଛାଡି ଦିଆଯାଇଥିବା ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି। ତେବେ କେବଳ ଏହି ଦୁଇଟି ଘଟଣା ନୁହଁ ପ୍ରତିଦିନ ବହୁ ଲୋକ ଓ ଗାଡି ବିନା ଅନୁମତିରେ ଜିଲ୍ଲାକୁ ଆସୁଥିବା ଓ ଯାଉଥିବା ନେଇ ଅଭିଯୋଗ ହେଉଛି। ନାକାପୋଷ୍ଟରେ ଯେଉଁ ମାନେ ଦାୟିତ୍ୱରେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେକ ମୁହଁ ଦେଖା ଓ ହାତଗୁଞ୍ଜା କାରବାର କରୁଥିବା ଅଭିଯୋଗ ହେଉଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟୋନ୍ତ୍ରଣ କରିବା କଷ୍ଟକର ହୋଇ ପଡିବ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories