www.samajalive.in
Monday, December 8, 2025
16.1 C
Bhubaneswar

ସୁଶାନ୍ତ-ରିୟାଙ୍କ ସମ୍ପର୍କ ରହସ୍ୟ ଖୋଲିଲେ ଆଟେଣ୍ଡାଣ୍ଟ ନିରଜ ସିଂହ; କହିଲେ ଏମିତି କଥା….

ଦେଢ଼ ବର୍ଷ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ହାଉସକିପିଂ ଷ୍ଟାଫ୍ ଓ ସୁଶାନ୍ତଙ୍କ ବ୍ୟକ୍ତିଗତ ଆଟେଣ୍ଡାଣ୍ଟ ନୀରଜ ସିଂହ ଖୋଲିଛନ୍ତି ସୁଶାନ୍ତ-ରିୟାଙ୍କ ସମ୍ପର୍କର ଗୁମର । ସେ କାମ ଆରମ୍ଭ କରିବା ଦିନଠାରୁ ସୁଶାନ୍ତ ଆତ୍ମହତ୍ୟା କରିବା ଦିନ (୧୪ ଜୁନ) ପର୍ଯ୍ୟନ୍ତ ସବୁ କିଛି ସ୍ପଷ୍ଟ କରିଛନ୍ତି ନୀରଜ।

ଏବିପି ନ୍ୟୁଜକୁ ନୀରଜ ଦେଇଥିବା ବୟାନ ଅନୁସାରେ ସୁଶାନ୍ତଙ୍କ ଶୋଇବା ଘରର କବାଟ ତଡ଼ାଯିବା ପରେ ତାଙ୍କର ଶବ ପଙ୍ଖାରେ ଝୁଲୁଥିବା ଦେଖାଯାଇଥିଲା । ନୀରଜ ହେଉଛନ୍ତି ସେହି ବ୍ୟକ୍ତି ଯିଏ ୧୪ ତାରିଖ ସକାଳେ ସୁଶାନ୍ତଙ୍କୁ ଥଣ୍ଡା ପାଣି ପିଇବାକୁ ଦେଇଥିଲେ । ଏହାପରେ ସୁଶାନ୍ତଙ୍କୁ ନେଇ ଯାହା ସବୁ କିଛି ଘଟିଥିଲା ତାହାର ଘଟଣାକ୍ରମ ବଖାଣିଛନ୍ତି ନୀରଜ ।

- Advertisement -

ନୀରଜ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁର ଦିନକ ପୂର୍ବରୁ ଘରେ କୌଣସି ପାର୍ଟି ହୋଇ ନ ଥିଲା । ଘରର ସମସ୍ତ କର୍ମଚାରୀ ଘରେ ଥିଲେ । ୮ ତାରିଖରେ ରିୟା ଘର ଛାଡ଼ି ଚାଲିଯିବା ସମୟରେ ସୁଶାନ୍ତଙ୍କ ସହ କୌଣସି ଝଗଡ଼ା ହୋଇଥିବା ସେ ଦେଖି ନ ଥିଲେ। ମାତ୍ର ଏ ସମ୍ପର୍କରେ ଶୁଣିଥିଲେ । ଉଭୟଙ୍କ ମଧ୍ୟରେ ମଝି​‌ରେ ମଝିରେ ଛୋଟଛୋଟ କଥାକଟାକଟି ହୋଇଥାଏ । ଏହା କିଛି ବଡ଼ କଥା ନ ଥିଲା । ଦେଢ଼ ବର୍ଷ ମଧ୍ୟରେ ସେ ଉଭୟଙ୍କ ମଧ୍ୟରେ କୌଣସି ବଡ଼ ଝଗଡ଼ା ଦେଖି ନ ଥିଲେ ବୋଲି ନୀରଜ କହିଛନ୍ତି ।

ନୀରଜଙ୍କ ସୂଚନା ଅନୁସାରେ ୮ ତାରିଖରେ ଘରଛାଡ଼ି ରିୟା ଚାଲିଯିବା ବେଳେ ସୁଶାନ୍ତ ନିଜ କୋଠରୀ ମଧ୍ୟରେ ଥିଲେ । ରିୟା ଗଲାବେଳେ ଲୁଗାପଟା ଭର୍ତି ବ୍ୟାଗ ସାଥୀରେ ନେଇ ଯାଇଥିଲେ । ମେଡ଼ିକାଲ ଫାଇଲ ଓ ଲାପଟପ ସମ୍ପର୍କ​‌ରେ ସେ କିଛି ଜାଣନ୍ତି ନାହିଁ । ସୁଶାନ୍ତ – ରିୟାଙ୍କ ମଧ୍ୟରେ ଗଭୀର ଭଲପାଇବା ଥିଲା ଓ ପ୍ରତ୍ୟେକ କଥାରେ ରିୟାଙ୍କ ସହ ପରାମର୍ଶ କରୁଥିଲେ । ଏପରିକି ଘରର ବିଭିନ୍ନ ଦୈନନ୍ଦିନ କାର୍ଯ୍ୟ, ଘରର ଆର୍ଥିକ ନିୟନ୍ତ୍ରଣ ରିୟା ନିଜ ହାତରେ ରଖିଥିଲେ ।

ରିୟା ଘରର ସମସ୍ତ ନିଷ୍ପତ୍ତି ନିଜେ ନେଉଥିଲେ । କିଛି କର୍ମଚାରୀଙ୍କୁ ବାହାର କରିବା ଓ କିଛି କର୍ମଚାରୀଙ୍କୁ ସେ ନିଯୁକ୍ତି ଦେଇଥିଲେ । ୟୁରୋପରୁ ଫେରିବା ପରେ ସୁଶାନ୍ତଙ୍କ ଦେହ ଖରାପ ହୋଇଥିଲା ବୋଲି ନୀରଜ କହିବା ସହ  ସୁଶାନ୍ତ ଅବସାଦ (ଡ଼ିପ୍ରେସନ)ରେ ରହୁଥିବା ସମ୍ପର୍କରେ ସେ କିମ୍ବା ଅନ୍ୟ କର୍ମଚାରୀମାନେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ତେବେ ସୁଶାନ୍ତଙ୍କ ଚିକିତ୍ସା ଓ ଔଷଧ କଥା ନିଜେ ରିୟା ବୁଝୁଥିଲେ ବୋଲି ନୀରଜ ସୂଚନା ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories