www.samajalive.in
Monday, December 8, 2025
24.1 C
Bhubaneswar

ଲକ୍ଷାଧିକ ଟଙ୍କାର ଡିସପ୍ଲେ କେଉଁ କାମକୁ?

ବଲାଙ୍ଗିର: ବଲାଙ୍ଗିର ସହରର ଭାଗିରଥୀ ଛକ ସ୍ଥିତ ଗାନ୍ଧି ଭବନ ସମ୍ମୁଖରେ ୪୦ ଲକ୍ଷ ବ୍ୟୟ ଅଟକଳରେ ଆଇ ଲଭ ବଲାଙ୍ଗିର ସେଲଫି ଜୋନ ଉଦଘାଟିତ ହୋଇଛି। ତେବେ ଏହି ସେଲଫି ଜୋନକୁ ନେଇ ସହରବାସୀଙ୍କ ମଧ୍ୟରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏପରିକି ଲକ୍ଷାଧିକ ଟଙ୍କାରେ ଲଗାଯାଇଥିଲା ଡିସପ୍ଲେ ବୋର୍ଡ କେଉଁ କାମକୁ ବୋଲି ସଚେତନ ନାଗରିକ ମଧ୍ୟରେ ଆଲୋଚନା ହେଉଛି।

ଏହି ରାସ୍ତା ଦେଇ ଯାଉଥିବା ପ୍ରଫୁଲ୍ଲ କୁମାର ବେହେରା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବାର୍ତ୍ତା ଦେଉଛନ୍ତି ତାହା କିଛି ଶୁଭୁ ନାହିଁ। ସେ କଣ କହୁଛନ୍ତି କିଛି ବୁଝା ପଡୁ ନାହିଁ। ଉଦଘାଟନ ତ ହେଲାଣି। ଯେଉଁ ସବୁ ସାଉଣ୍ଡ ସିଷ୍ଟମ ଲାଗିବା କଥା ଲାଗି ନାହିଁ। ପୌରପାଳିକା ମୁଖ୍ୟମନ୍ତ୍ରୀଙ୍କୁ ବି ମୁକ ସଜେଇ ଦେଲାଣି ବୋଲି ଗୁରୁତର ଅଭିଯୋଗ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ଏ ନେଇ ସେ ବଲାଙ୍ଗୀର ଜିଲାପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ଅଭିଯୋଗ କରିବେ ବୋଲି କହିଛନ୍ତି। ଏଭଳି ହେବା ଦ୍ୱାରା ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅପମାନ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ୪୦ ଲକ୍ଷରେ ଟଙ୍କାରେ ସେଲଫି ଜୋନ କଲେ, ବଲାଙ୍ଗିର ସହରବାସୀଙ୍କ ପାଇଁ କଣ ଲାଭ ହେବ? ଏହା ପୌରପାଳିକା ସ୍ପଷ୍ଟ କରୁ। ଏଠାରେ ଏତେ ଟଙ୍କାରେ ନିର୍ମାଣ ଖର୍ଚ୍ଚ ହୋଇଥିଲେ ହେଁ ସୂଚନା ଫଳକଟିଏ ନଲଗେଇବା ଦୁର୍ନୀତି ହୋଇଥିବା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ତାଙ୍କର ମତାମତ ମିଳିପାରି ନାହିଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories