www.samajalive.in
Monday, December 8, 2025
14.1 C
Bhubaneswar

ଖତ ଖାଉଛି ବ୍ୟାୟାମଶାଳା; ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ତୁଷୁରା : ନୂତନ ଯୁବ ପିଢ଼ୀଙ୍କ ଶରୀର ସୁସ୍ଥ ଓ ସବଳ ରହିବା ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଦେଇ ବ୍ୟାୟାମଶାଳା ନିର୍ମାଣ କରୁଛନ୍ତି। କିନ୍ତୁ ନିର୍ମାଣ ପରେ ବି କାର୍ଯ୍ୟକ୍ଷମ ହେଉ ନଥିବାରୁ ସରକାରଙ୍କ ଯୋଜନା ଫେଲ ବୋଲି ଲୋକେ ସମାଲୋଚନା କରୁଛନ୍ତି। ସରକାର ଗତ ୨୮ ଫେବୃୟାରୀ ୨୦୧୯ ମସିହା ଦିନ ତୁଷୁରାରେ ଏକ ନୂତନ ବ୍ୟାୟାମଶାଳା ଉଦଘାଟିତ ହୋଇଥିଲା। କିନ୍ତୁ ଆଜିକୁ ଦେ଼ଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ବ୍ୟାୟାମଶାଳା କାର୍ଯ୍ୟକ୍ଷମ ହୋଇନି। ତୁଷୁରା ହାଇସ୍କୁଲ ପଡ଼ିଆ ଠାରେ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ୟାୟାମଶାଳା ଉଦଘାଟିତ କରିଥିଲେ। ନିର୍ବାଚନ ପୂର୍ବରୁ ସେତେବେଳର ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ବଲାଙ୍ଗିର ସାଂସଦ କଲିକେଶ ନାରାୟଣ ସିଂ ଦେଓ , ସ୍ଥାନୀୟ ବିଧାୟିକା ଟୁକୁନୀ ସାହୁ ଓ ବଲାଙ୍ଗିର ଡ଼ିଆଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶିକା ଯୁଗଲେଶ୍ୱରୀ ଦାସଙ୍କ ଉପସ୍ଥିତିରେ ଏହି ବ୍ୟାୟାମଶାଳାଟି ଉଦଘାଟନ ହୋଇଥିଲା। ବ୍ୟାୟାମଶାଳାର ଉଦଘାଟନ ହୋଇଥିବା ଜାଣି ଅଂଚଳର ଯୁବ ସମାଜ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଗୋଟିଏ ଖେଳ ପଡ଼ିଆରେ ଉକ୍ତ ବ୍ୟାୟାମଶାଳା ହୋଇଥିବାରୁ ଯୁବସମାଜ ଖେଳ ପରେ ବ୍ୟାୟାମ କରିବା ସୁବିଧା ହେବ ବୋଳି ଭାବୁଥିଲେ। କିନ୍ତୁ ଅତି ଦୁଃଖର ବିଷୟ ଆଜିକୁ ଦେ଼ଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ବ୍ୟାୟାମଶାଳାରେ ବ୍ୟାୟାମ କରାଯିବା ପାଇଁ କୌଣସି ସାମଗ୍ରୀ ଆସି ନାହିଁ କି ବ୍ୟାୟାମଶାଳା ଖୋଲାଯାଇ ନାହିଁ। ବର୍ତମାନର ଲକ ଡ଼ାଉନ ସମୟରେ ଲୋକେ ଘରେ ବସି ବସି ଦେହ ବିଗୁଡ଼ି ଥିବାବେଳେ ବ୍ୟାୟାମ କରିବା ପାଇଁ ବ୍ୟାୟାମଶାଳା ନାହିଁ। ଯଦି ଏହା ଚାଲୁଥାନ୍ତା ତେବେ ଏହି ସମୟରେ ଲୋକଙ୍କ ବହୁ ଉପକାରରେ ଆସିଥାନ୍ତା ବୋଲି ଆଲୋଚନା ହେଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ବ୍ୟାୟମଶାଳା କାର୍ଯ୍ୟକ୍ଷମ ହୋଇ ନଥିବାରୁ ଯୁବ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଳୋକଙ୍କୁ ଭୁଁଆ ବୁଲାଇ ଭୋଟ ନେବାର ଏହା ଏକ କୌଶଳ ଥିଲା ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ବର୍ତମାନ ଏହି ବ୍ୟାୟାମଶାଳା କାର୍ଯ୍ୟକ୍ଷମ ହୋଇନ ଥିବାରୁ ଏଠାରେ ମଦୁଆଙ୍କ ଆଡା୍ଡସ୍ଥଳୀ ହୋଇ ମଦ ବୋତଲାମାନ ଗଡ଼ୁଛି। ଏ ସଂପର୍କରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ କହନ୍ତିଯେ ମୁଁ ନୂତନ ହୋଇ ଆସିଥିବାରୁ ଏ ବିଷୟରେ କିଛି ଜାଣିନି। ଯଥାଶୀଘ୍ର ସମାଧାନ କରିବା ବୋଲି ମତପ୍ରକାଶ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories