www.samajalive.in
Saturday, December 6, 2025
26.1 C
Bhubaneswar

ବୌଦ୍ଧରୁ ପୁଣି ୫ କରୋନା ରୋଗୀ ଚିହ୍ନଟ ; ପୁରୁଣାକଟକରୁ ଜଣେ

ହରଭଙ୍ଗା : ବୌଦ୍ଧ ଜିଲାରେ ରବିବାର ଆଉ ନୂଆ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ହରଭଙ୍ଗା ବ୍ଲକ ପୁରୁଣାକଟକ ନିଉ କୋଲୋନୀ ସାହିର ଜଣେ ଏସ.ବି.ଆଇ କର୍ମଚାରୀ ବୋଲି ଜଣାପଡିଛି। ତାଙ୍କୁ ମିଶାଇ ବ୍ଲକରେ ସ୍ଥାନୀୟ ସଂକ୍ରମିତ ସଂଖ୍ୟା-୧୫ରେ ପହଞ୍ଚିଛି। ସଂକ୍ରମିତ ଏସ.ବି.ଆଇ କର୍ମଚାରୀଙ୍କୁ ଆଜି ସକାଳେ ବୌଦ୍ଧ କୋଭିଡ କେୟାର ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଛି। ସେହି ଅଂଚଳକୁ ଆଜିଠାରୁ ଆସନ୍ତା ୭୨ ଘଂଟା ପର୍ଯ୍ୟନ୍ତ କଂଟେନମେଟ ଜୋନ ଭାବେ ଘୋଷଣା କରାଯାଇଛି। ସଂକ୍ରମିତ କର୍ମଚାରୀ ଜଣଙ୍କ ଫୁଲବାଣୀ ଏସ.ବି.ଆଇ ଶାଖାରେ କାର୍ଯ୍ୟ କରନ୍ତି। ସେ ଦୀର୍ଘ ଦିନ ହେଲା ଘରେ ଛୁଟିରେ ଥିଲେ। ଦେହ ଭଲ ନ ଲାଗିବାରୁ ସେ ତିନିଦିନ ତଳେ ନିଜ ପଟୁ ବୌଦ୍ଧ ଯାଇ ନିଜର କୋଭିଡ ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ସଂକ୍ରମିତ ଥିବା ଜଣାପଡିଥିଲା। ସ୍ୱାସ୍ଥ୍ୟ ବିଭାଗ ଟିମ ତାଙ୍କ କଂଟାକ୍ଟ ଟ୍ରେସିଂ ଆଧାରରେ ରିପୋର୍ଟ ସଂଗ୍ରହ କରିଥିବା ଜଣାପଡିଛି। ଆଜି ସକାଳେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ବ୍ଲକ ନୋଡାଲ ଅଧିକାରୀ ଅର୍ଜ୍ଜୁନ ଗଡନାୟକ ପ୍ରମୁଖ ସଂକ୍ରମିତ ଅଂଚଳ ପରିଦର୍ଶନ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories