www.samajalive.in
Monday, December 8, 2025
13.1 C
Bhubaneswar

ବିଏସ-୪ ଯାନ ପଞ୍ଜିକରଣ ଉପରେ ସୁପ୍ରିମକୋର୍ଟଙ୍କ କଟକଣା

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ସୁପ୍ରିମକୋର୍ଟ ବିଏସ-୪ ଯାନ ପଞ୍ଜିକରଣ ଉପରେ ରୋକ ଲଗାଇଛନ୍ତି। ପରବର୍ତ୍ତି ନିର୍ଦେଶ ଯାଏ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ବଳବତ୍ତର ରହିବ। ତେବେ କୋଭିଡ ଲକଡାଉନ ସତ୍ଵେ ମାର୍ଚ୍ଚରେ ଡିଲରମାନେ ବହୁ ସଂଖ୍ୟାରେ ଅଡି ବିକ୍ରି କରିଥିଲେ। ଏହାକୁ ନେଇ କୋର୍ଟ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ମାସ ୧୩ରେ ହେବ।

ବିକ୍ରି ହୋଇ ନ ଥିବା ଗାଡ଼ିଗୁଡିକୁ ଉତ୍ପାଦନକାରୀଙ୍କୁ ଫେରସ୍ତ କରିବାକୁ ପୂର୍ବରୁ ଅଟୋ ମୋବାଇଲ ଡିଲର ସଂଘ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ, ଯାହାଫଳରେ ସେହି ଗାଡ଼ିଗୁଡିକୁ ଅନ୍ୟ ରାଷ୍ଟ୍ରକୁ ରପ୍ତାନି କରାଯାଇପାରିବ। ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଚାରପତି ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories