www.samajalive.in
Monday, December 8, 2025
24.1 C
Bhubaneswar

ବଡ଼ମ୍ବାରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ କେଆର ସେଣ୍ଟର

ବଡ଼ମ୍ବା: କଟକ ଜିଲାର ଟାଙ୍ଗି ଏବଂ ଆଠଗଡ଼ର ମାଧପୁରସ୍ଥ ଜିମସାର ପରେ ବଡ଼ମ୍ବାରେ କରାଯିବ ଆଉ ଏକ କୋଭିଡ କେଆର ସେଣ୍ଟର। ୧୦୦ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର କରୋନା ଚିକିତ୍ସାଳୟ ପାଇଁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ସମସ୍ତ ପ୍ରସ୍ତୁତି ଆଗୋଇ ଚାଲିଥିବା ସ୍ୱାସ୍ଥ୍ୟବିଭାଗ ସୂତ୍ରରୁ ପ୍ରକାଶ।

ବିଶେଷଜ୍ଞଙ୍କ କ୍ଷେତ୍ରପରିଦର୍ଶନ ପରେ ବଡ଼ମ୍ବା କଲେଜ ପାଇଁ ନିର୍ମିତ ଏକ ନୂତନ ହଷ୍ଟେଲରେ ଅସ୍ଥାୟୀଭାବେ ଏହି ସେବାକେନ୍ଦ୍ର କରାଯିବା ନିଶ୍ଚିନ୍ତ ହୋଇଛି ବୋଲି ସ୍ଥାନୀୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଢେକ ସୂଚନା ଦେଇଛନ୍ତି। ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଉଦ୍ୟମ ତଥା ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନଙ୍କ ସହଯୋଗ କ୍ରମେ କରାଯାଉଥିବା ଏହି କେଆର ସେଣ୍ଟରରେ ବଡ଼ମ୍ବା ଏବଂ ନରସିଂହପୁର ବ୍ଲକ ଜନସାଧାରଣଙ୍କ ସମେତ ଆଖପାଖ ଅଞ୍ଚଳର କୋଭିଡ ଆକ୍ରାନ୍ତମାନେ ତତ୍କାଳ ଚିକିତ୍ସା ସେବା ପାଇପାରିବେ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ସହଯୋଗି ଚିକିତ୍ସାଧିକାରୀ ଡାକ୍ତର ଉଦୟଜ୍ୟୋତି ମଲ୍ଲିକଙ୍କ କହିବା ମୁତାବକ ଏହି କେଆର ସେଣ୍ଟର ନିମନ୍ତେ ସ୍ୱତନ୍ତ୍ର ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍‍ ରହିବେ। ସେମାନଙ୍କଠୁ ୨୪ ଘଣ୍ଟା ସେବା କୋଭିଡ୍‍ ଆକ୍ରାନ୍ତମାନେ ପାଇବାସହ ଗୁରୁତର ରୋଗୀଙ୍କୁ ଚୁକ୍ତିବଦ୍ଧ ରେଫେରାଲ ଚିକିତ୍ସାଳୟକୁ ତୁରନ୍ତ ଏହି କେଆର ସେଣ୍ଟରରୁ ପ୍ରାଥମିକ ଚିକିତ୍ସାପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପଠାଯାଇପାରିବ। ଯାହାଫଳରେ କି ଆଉ ପୂର୍ବଭଳି ରୋଗୀ ପଠାଯିବା ନେଇ ବିଳମ୍ବଜନିତ ସମସ୍ୟା ରହିବନାହିଁ ବୋଲି ଡାକ୍ତର ଶ୍ରୀ ମଲ୍ଲିକ କହିଛନ୍ତି। ସେହିଭଳି ସାମାନ୍ୟ ତଥା ଲକ୍ଷଣବିହିନ ରୋଗୀମାନେ ଅଜଥା କଟକ ଭୁବନେଶ୍ୱର ନଯାଇ ଏଠାରେ କୋଭିଡ୍‍ ଚିକିତ୍ସାସେବା ପାଇବା ଦିଗରେ ଏହି କେଆର ସେଣ୍ଟର ଉପଯୋଗି ହୋଇପାରିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଇତିମଧ୍ୟରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ଜିଲା ପ୍ରକଳ୍ପ ଅଧିକାରୀ(ଗ୍ରାମ୍ୟ ଉନ୍ନୟନ ବିଭାଗ) ଅବଦଲ ଅଖତର, ସ୍ଥାନୀୟ ବିଡିଓ ଉତ୍କଳରଞ୍ଜନ ଆଚାର୍ୟ୍ୟ,ତହସିଲଦାର ଅନୀଲକୁମାର ପଟ୍ଟନାୟକ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିବାସହ ଏହି ପ୍ରକଳ୍ପ ଅଗ୍ରଗତି ନେଇ ସମସ୍ତ କାର୍ୟ୍ୟ ତ୍ୱରାନିତ କରୁଥିବା ଚିକିତ୍ସାଧିକାରୀ ଶ୍ରୀ ଆଢେକ ସୂଚନା ଦେଇଛନ୍ତି। ଅପରପକ୍ଷରେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଯଦିଓ ଆଇସୋଲେସନ(ବିଛିନ୍ନ)ସ୍ଥାନରେ ଏହି କେନ୍ଦ୍ର କରାଯାଉଛି ତେବେ ଜନବସତି ଏବଂ କଲେଜ ପରିସର ସନ୍ନିକଟ ହୋଇଥିବାରୁ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଦିଗପ୍ରତି ସମସ୍ତ ସତର୍କତା ପଦକ୍ଷେପ ଅବଲମ୍ବନ କରାଯିବା ଉପରେ ପ୍ରଶାସନ ଅଧିକ ଯତ୍ନଶୀଳ ହେବାକୁ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories