ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଆଇସିୟୁ ସିଲ୍। ଏଠାରୁ ୩ ଜଣ କରୋନା ରୋଗୀ ଚିହ୍ନଟ ପରେ ୭ ଦିନ ପାଇଁ ସିଲ କରିଛନ୍ତି ମେଡିକାଲ କଲେଜ କର୍ତ୍ତୁପକ୍ଷ। ଏହାସହ କିଛି ଡାକ୍ତରଖାନା କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ପଠାଇ ଦିଆଯାଇଛି। ଏଥିସହ ରୋଗୀ ସେବା କିଭଳି ପ୍ରଭାବିତ ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବା ସହ ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ସ୍ବତନ୍ତ୍ର ଆଇସିୟୁ ପାଇଁ ବ୍ୟବସ୍ଥା କରାଯାଇଥିବା ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ କହିଛନ୍ତି ।
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଆଇସିୟୁରେ ତାଲା, ୩ କରୋନା ପଜିଟିଭ୍ ଚିହ୍ନଟ ପରେ ୭ ଦିନ ପାଇଁ ସିଲ୍ ହେଲା ଆଇସିୟୁ
Popular Categories



