www.samajalive.in
Monday, December 8, 2025
14.1 C
Bhubaneswar

କଳାହାଣ୍ଡିରେ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ ପାଇଁ ୬,୨୬୧ ଜଣଙ୍କୁ ନୋଟିସ

ଭବାନୀପାଟଣା : ଗତ ବର୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ଗରିବ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ନିମନ୍ତେ କାଳିଆ ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନାରେ ଗରିବ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ସେମାନଙ୍କ ଜମା ଖାତାକୁ ପର୍ଯ୍ୟାୟ କ୍ରମେ ୫ ହଜାର ଓ ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ହିସାବରେ ଜଣେ ଚାଷୀଙ୍କୁ ୧୫ ହଜାର ଟଙ୍କା ଦିଆଯାଇଥିଲା। ଏହି କ୍ରମରେ କାଳିଆ ଯୋଜନାରେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କୁ ଚୟନ କରି ସେମାନଙ୍କ ଜମାଖାତାରେ ପ୍ରୋତ୍ସାହନ ଟଙ୍କା ଜମା କରାଯାଇଥିଲା। ଏବେ କିନ୍ତୁ ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କୁ କାଳିଆ ଯୋଜନାରେ ପାଇଥିବା ଟଙ୍କା ଏକ ମାସ ମଧ୍ୟରେ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । କଳାହାଣ୍ଡି ଜିଲ୍ଲାରେ ସେହିଭଳି କାଳିଆ ଯୋଜନାର ୬୨୬୧ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି ଓ ସେମାନଙ୍କୁ ପାଇଥିବା ଟଙ୍କା ଫେରସ୍ତ କରିବାକୁ ନୋଟିସ ଦିଆଯାଇଛି। ତେବେ ନୋଟିସ ପାଇଥିବା ଚାଷୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସରକାର ନିଜେ କାଳଆଯୋଜନାର ହିତାଧିକାରୀ ଚୟନ କରିଥିଲେ ଏବଂ ପ୍ରୋତ୍ସାହନ ଅର୍ଥ ଜମାଖାତାରେ ଜମା କରିଥିଲେ। ଏବେ କରୋନା ସଂକ୍ରମଣ ଯୋଗୁଁ ସମଗ୍ର ଦେଶବାସୀ କାମଧନ୍ଦା ହରାଇ ଘୋର ଆର୍ଥିକ ସଙ୍କଟରେ ଥିବା ବେଳେ ରାଜ୍ୟ ସରକାର ଟଙ୍କା ଫେରାଇବା ପାଇଁ ନୋଟିସ କରିବା ଦୁଃଖଦାୟକ। ବର୍ତ୍ତମାନ କାହା ପାଖରେ ଘରଚଳାଇବା ପାଇଁ ପଇସା ନାହିଁ। ତା ଉପରେ ଏବେ ଖରିଫ ଚାଷ ଧାନ ରୁଆ ଓ ଧାନ ବୁଣା ଚାଲିଛି। ଯେଉଁଥି ପାଇଁ ଚାଷୀ ଧାର କରଜ କରି ଚାଷ କାମରେ ଲାଗିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଚାଷୀଙ୍କୁ ଟଙ୍କା ଫେରାଇବା ନୋଟିସ୍‍ ଦେବା ଠିକ୍‍ ହୋଇନାହିଁ ବୋଲି ଚାଷୀମାନେ କହିଛନ୍ତି। ଯେଉଁ ସରକାରୀ ଅଧିକାରୀମାନେ ହିତାଧିକାରୀ ଚୟନ କରିଥିଲେ ଓ ତାଲିକା ପ୍ରସ୍ତୁତ କରିଥିଲେ ସେହହି ଅଧିକାରୀଙ୍କଠାରୁ ଟଙ୍କା ଆଦାୟ କରାଯାଉ ବୋଲି ବିରୋଧିଦଳ ନେତା ପ୍ରଦୀପ୍ତ ନାଏକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ନିର୍ବାଚନ ପୂର୍ବରୁ ସରକାର ଟଙ୍କା ଦେଲେ ଏବଂ ନିର୍ବାଚନ ସରିବା ପରେ ପୁଣି ଫେରାଇ ନେବା ହାସ୍ୟାସ୍ପଦ କଥା। କୌଣସି ଚାଷୀ ସରକାରଙ୍କୁ ଟଙ୍କା ମାଗି ନ ଥିଲେ ଏଣୁ ବର୍ତ୍ତମାନ କୌଣସି ଚାଷୀ ଟଙ୍କା ଫେରାଇବା ଦରକାର ନାହିଁ ବୋଲି ଶ୍ରୀ ନାଏକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories