www.samajalive.in
Thursday, December 11, 2025
18.1 C
Bhubaneswar

କଣ୍ଟେନମେଣ୍ଟ ଜୋନ ଘୋଷଣାର ତୃତୀୟ ଦିନ, ପୁଲିସର କଡା ପହରା

ଭୁବନ: ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ଼ରୁ ଜଣେ ୨୫ ବର୍ଷୀୟ ଯୁବକ ଓ ୪ ନମ୍ବର ୱାର୍ଡ଼ରୁ ଜଣେ ୪୨ ବର୍ଷୀୟା ମହିଳାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଲା ପରେ ଏନଏସି ପ୍ରଶାସନ ତରଫରୁ ଉକ୍ତ ଦୁଇଟି ୱାର୍ଡ଼କୁ ୫ ଦିନ ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟର ଆଜି ତୃତୀୟ ଦିନରେ ପୁଲିସ ପକ୍ଷରୁ କଡା ପହରା ଦିଆଯାଇଥିଲା। କଣ୍ଟେନମେଣ୍ଟ ଜୋନ ଭିତରକୁ କାହାକୁ ଛଡାଯାଉ ନ ଥିଲା, କେବଳ ଜରୁରୀକାଳୀଳ ସେବା ବ୍ୟତିତ ଏହି ଜୋନରୁ କାହାରିକୁ ପଦାକୁ ଆସିବାକୁ ଦିଆଯାଇ ନ ଥିଲା।

ତୃତୀୟ ଦିବସ ସୁଦ୍ଧା ଏନଏସି ପ୍ରଶାସନ ତରଫରୁ ଉକ୍ତ ଦୁଇଟି ୱାର୍ଡ଼ରେ ସଂପୃକ୍ତ କରୋନା ସଂକ୍ରମିତ ବ୍ୟକ୍ତି ଓ ମହିଳା କେଉଁ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ସଂପର୍କରେ ସମୁଦାୟ ୫୪ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ସଂଧ୍ୟାରେ କାଳୀବଜାର ଛକଠାରେ ଭୁବନ ଥାନା ଏଏସଆଇ ପ୍ରଭାତ କୁମାର ନାୟକ ପୁଲିସ କର୍ମଚାରୀଙ୍କୁ ଧରି ହେଲମେଟ ଚେକିଙ୍ଗ କରିବା ସହ ଲୋକଙ୍କୁ ସଚେତନ କରାଇ ନିଜର ଓ ପରିବାରର ସୁରକ୍ଷା ପାଇଁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଉଥିଲେ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories