www.samajalive.in
Saturday, December 13, 2025
15.1 C
Bhubaneswar

ରାଜ୍ୟ ସୂଚନା କମିସନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ସୂଚନା ନ ଦେଲେ ଅଧିକାରୀ ଦେବେ ୨୫ ହଜାର ଜୋରିମାନା

ଭୁବନେଶ୍ୱର : ରାଜ୍ୟ ସୂଚନା କମିସନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏଣିକି ସୂଚନା ପ୍ରଦାନ କ୍ଷେତ୍ରରେ କୌଣସି ଅଧିକାରୀ ଜାଣିଶୁଣି ଅବହେଳା କଲେ ଦଣ୍ଡିତ ହେବେ। ସମ୍ପୂକ୍ତ ଅଧିକାରୀଙ୍କୁ ୨୫ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ଏହାସହ ଯେଉଁ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ମାଗିଥିବା ତଥ୍ୟ ପାଇବାରୁ ବଞ୍ଚିତ ହେବେ ତାଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି କମିସନ ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତମାସ ୧୬ ତାରିଖରେ ଏକ ମାମଲାର ଶୁଣାଣି ବେଳେ ସୂଚନା କମିସନଙ୍କ ପକ୍ଷରୁ ଭୁବନେଶ୍ୱର ଘାଟିକିଆସ୍ଥିତ ଏକ ଘରୋଇ ଇଂଞ୍ଜିନିୟରିଂ କଲେଜକୁ ତଥ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ତାଙ୍କୁ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି। ଏହା ସହିତ ସମ୍ପୂକ୍ତ ଆବେଦନକାରୀଙ୍କୁ ଏହି ସମୟ ମଧ୍ୟରେ ଶାରୀରିକ ଓ ମାନସିକ ପୀଡ଼ା ପାଇଁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ସୂଚନା କମିସନର ବି.କେ ମହାପାତ୍ରକ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶନାମା ଆଗାମୀ ଦିନରେ ସୂଚନା ପ୍ରଦାନରେ ଅବହେଳା କରୁଥିବା ଅଧିକାରୀମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି କମିସନଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।

- Advertisement -

ଏ ସମ୍ପର୍କରେ ସୂଚନା ଅଧିକାରକର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, କେବଳ ସମ୍ପୂକ୍ତ ଘରୋଇ କଲେଜ ନୁହେଁ; ବରଂ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଅଧିକାରୀମାନେ ସୂଚନା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏମିତିକି ଅନେକ ସମୟରେ ସୂଚନା ଅଧିକାରକର୍ମୀମାନେ ମରଣାନ୍ତକ ଆକ୍ରମଣର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ଆୟୋଗଙ୍କର ଏହି ନିଷ୍ପତ୍ତିକୁ ଯଦି ସରକାରୀ ଅଧିକାରୀମାନେ ପାଳନ କରନ୍ତେ, ତେବେ ସମାଜରେ ସ୍ୱଚ୍ଛତା ଆସିପାରନ୍ତା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories