www.samajalive.in
Friday, December 12, 2025
19.1 C
Bhubaneswar

କରୋନା ପାଇଁ ଗଞ୍ଜାମରେ ୫ସୂତ୍ରୀ ନିୟମ : ତାସ, କ୍ରିକେଟ, ଭଲିବଲ୍ ଖେଳିଲେ ୧୪ ଦିନ କ୍ବାରେଣ୍ଟାଇନ

ଗଞ୍ଜାମ : ଗଞ୍ଜାମ ଜିଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରତିଦିନ ରାଜ୍ୟରୁ ଚିହ୍ନଟ ହେଉଥିବା କରୋନା ପଜିଟିଭଙ୍କ ସଂଖ୍ୟାରେ ସବୁଠୁ ଉପରେ ରହୁଛି ଗଞ୍ଜାମ ଜିଲା। ଜିଲାରୁ ବର୍ତ୍ତମାନ ସୁଦ୍ଧା ୮୬୭୮ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଜିଲାପ୍ରଶାସନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ବହୁ କଟକଣା ଲାଗୁ କରୁଛନ୍ତି। ଏହାରି ମଧ୍ୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲା ଲୋକଙ୍କ ପାଇଁ ୫ ସୂତ୍ରୀ ନିୟମ ଜାରି କରିଛନ୍ତି । ଜିଲାପାଳ ଲାଗୁ କରିଥିବା  ୫ ସୂତ୍ରୀ ନିୟମ  ମଧ୍ୟରେ

  • ଦୋକାନ ସମ୍ମୁଖରେ ବାଧ୍ୟତାମୂଳକ ଭାବେ ବ୍ୟାରିକେଡ
  • ଦୋକାନୀ ମାସ୍କ ପିନ୍ଧିବେ ଏବଂ ଦୋକାନ ସମ୍ମୁଖରେ ନୋ ମାସ୍କ ନୋ ଗୁଡ୍ସ ସାଇନବୋର୍ଡ ଲଗାଇବେ
  • ଗ୍ରାହକଙ୍କ ପାଇଁ ଦୋକାନ ସମ୍ମୁଖରେ ୨ ମିଟର ବ୍ୟବଧାନରେ ସର୍କଲ କରିବେ
  • ଦୋକାନ ମାଲିକା ସାନିଟାଇଜର ଓ ହାତ ଧୋଇବା ବ୍ୟବସ୍ଥା କରିବେ
  • ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଯେଉଁ ଗ୍ରାହକ ଦୋକାନକୁ ଆସୁଛନ୍ତି ତାଙ୍କ କଣ୍ଟାକ୍ଟ ଡାଏରୀ ପ୍ରସ୍ତୁତ କରିବେ

ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ ଅନୁସାରେ ଜାରି କରାଯାଇଥିବା ଏହି ୫ ସୂତ୍ରୀ ନିୟମ ନ ମାନିଲେ ଦୋକାନୀଙ୍କୁ ଜରିମାନା ହେବ । ସେହିପରି ସଂପୃକ୍ତ ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବା ସହ ଏକ ମାସ ଯାଏଁ ଦୋକାନକୁ ବନ୍ଦ କରି ଦିଆଯିବ । ଏଥି ସହିତ ଜିଲାରେ ତାସ, କ୍ରିକେଟ, ଭଲିବଲ୍ ଇତ୍ୟାଦି ଖେଳ ବର୍ତ୍ତମାନ ପରିସ୍ଥିତିରେ କେଉଁଠି ନଖେଳିବା ପାଇଁ ଜନସାଧାରଣଙ୍କୁ ମନା କରାଯାଇଛି। ଯଦି କୌଣସି ସ୍ଥାନରେ ଏହି ନିୟମ ପାଳନ କରାନଯିବ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ  ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories