www.samajalive.in
Sunday, December 7, 2025
14.1 C
Bhubaneswar

କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା ; କରୋନା ମୃତକଙ୍କ ପିଲାଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା

ଭୁବନେଶ୍ବର : ଭରତ ଓ ସମଗ୍ର ବିଶ୍ଵରେ କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ଵ ଏଥିରେ ଆକ୍ରାନ୍ତ ହୋଇଛି । ଓଡିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିନାହିଁ । ଓଡିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କ ମଧ୍ୟ କାରୋନାରେ ମୃତ୍ୟୁ ଘଟିଛି । ବିଭିନ୍ନ ପ୍ରକୃତିକ ବିପର୍ୟ୍ୟୟ ସମୟରେ କିଟ ବିଶ୍ୱବିଦ୍ୟାଳୟ ସର୍ବଦା ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଥାଏ । କିଟ ବିଶ୍ୱବିଦ୍ୟାଳୟ ସର୍ବଦା ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ, କାରଣ ଏହି ଅନୁଷ୍ଠାନ ହେଉଛି ଓଡିଶାବାସୀଙ୍କର। କାରୋନା ମହାମାରୀ ଓଡିଆ ଜନ ଜୀବନକୁ ବିପର୍ୟ୍ୟସ୍ତ କରି ଦେଇଥିବା ବେଳେ ଦୁଃଖରେ ଥିବା କାରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛି କିଟ ବିଶ୍ୱବିଦ୍ୟାଳୟ। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆ ଯାଇଛି। କିଟ ବିଶ୍ଵବିଦ୍ୟାଳୟର ନିଷ୍ପତି ଅନୁସାରେ ଓଡିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକନିକାଲ) ଓ ବୃତ୍ତିଗତ (ପ୍ରୋଫେସନାଲ) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢିବାର ସୁଯୋଗ ଦିଆଯିବ। ଆସନ୍ତା ଦୁଇ ଶିକ୍ଷାବର୍ଷ ୨୦୨୦-୨୧, ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରା ଯାଇଛି। କିଟରେ ଆଇଟିଆଇ, ଡିପ୍ଲୋମା ଇଞ୍ଜିନିୟରିଂ ସମେତ କିଟ ବିଶ୍ଵବିଦ୍ୟାଳୟର ସମସ୍ତ ବୈଷୟିକ ଶିକ୍ଷା (ଟେକନିକାଲ ଏଜୁକେଶନ) ଓ ବୃତ୍ତିଗତ ଶିକ୍ଷା (ପ୍ରୋଫେସନାଲ ଏଜୁକେଶନ) ପାଠ୍ୟକ୍ରମରେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ଆବେଦନ କାଲେ ସେମାନଙ୍କୁ ଏହି ସୁବିଧା ମିଳିବ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ। କାରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି। କାରୋନା ମୃତକଙ୍କ ପିଲାଙ୍କୁ ସଂପୂର୍ଣ୍ଣ ମାଗଣା ବୈଷୟିକ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇଁ ସୁଯୋଗ ଦେବାରେ କିଟ ବିଶ୍ଵର ଏକମାତ୍ର ଅନୁଷ୍ଠାନ ବୋଲି କୁହାଯାଉଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories