www.samajalive.in
Tuesday, December 9, 2025
26.1 C
Bhubaneswar

ଚୌଦ୍ୱାରରେ ପ୍ରତିଷ୍ଠା ହେଉ ବିଶ୍ୱସ୍ତରୀୟ ଟେକ୍ସଟାଇଲ୍‌ ପାର୍କ, ଭର୍ଚୁଆଲ୍‌ ବୈଠକରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରସ୍ତାବ

ଭୁବନେଶ୍ୱର : ଆଜି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓଟିଏମ୍‌ ଚୌଦ୍ୱାର, େପପ୍‌ସି, ଜଗତପୁର ଓ ବଲାରପୁର କାଗଜ କଳ ଉପରେ ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏସବୁ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ରହିଥିବା ସମସ୍ୟାସବୁକୁ କି ପରି ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ମିଶ୍ର ଦୀର୍ଘଦିନ ଧରି ଉଚ୍ଚ ନ୍ୟାୟାଳୟଠାରେ ବିଚାରାଧୀନ ଥିବା ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍‌ର ମାମଲାର ତୁରନ୍ତ ଫଇସଲା ଉପରେ ଜୋର ଦେଇ ଏଠାରେ ବ୍ୟାପକ ପୁଞ୍ଜିନିବେଶ ଆହ୍ୱାନ କରିଥିଲେ। ଏହାସହିତ ପର୍ଯ୍ୟାପ୍ତ ନିଯୁକ୍ତି ସୁେଯାଗ ସୃଷ୍ଟି କରାଯାଇ ଏକ ବିଶ୍ବସ୍ତରୀୟ ଟେକ୍ସଟାଇଲ୍‌ ପାର୍କ ପ୍ରତିଷ୍ଠା କରାଯିବାକୁ ପ୍ରସ୍ତାବ ରଖିଥିଲେ। ଏସବୁ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ରହିଥିବା ମାମଲା ଫଇସଲା ହେବା ପରେ ଇଡ୍‌କୋ ଓ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପବିଭାଗ ଆବଶ୍ୟକୀୟ ପଦକ୍ଷେପ ନେଇ ଓଟିଏମ୍‌ ଚୌଦ୍ୱାରକୁ ଏକବିଶ୍ୱସ୍ତରୀୟ ଟେକ୍ସଟାଇଲ୍‌ ପାର୍କରେ ପରିଣତ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ବଲାରପୁର କାଗଜକଳର ପୁନଃକାର୍ଯ୍ୟକ୍ଷମ ସକାଶେ ମ୍ୟାନେଜ୍‌ମେଣ୍ଟ ସହ ଆଲୋଚନା ଏବଂ ରାଜସ୍ୱବିଭାଗ ସହ ଜମିଜମା ସଂକ୍ରାନ୍ତିୟ ମାମଲାର ସମାଧାନ କରି ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଅନୁରୂପ ଭାବେ ଜଗତ ପୁର େପପ୍‌ସି ୟୁନିଟ୍‌ ଦ୍ୱାରା କରାଯାଇଥିବା ଆବଣ୍ଟିତ ଜମିରେ ଅନିୟମିତତାକୁ ନିୟମାନୁସାରେ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ଏହି ଭିଡ଼ିଓ ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ, ଶିଳ୍ପବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଇଡ୍‌କୋ ସଂଜୟ କୁମାର ସିଂ, ଆଇନବିଭାଗର ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏବଂ ଅତିରିକ୍ତ ପୁଲିସ ଉପାୟୁକ୍ତ ପ୍ରମୋଦ କୁମାର ରଥ ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତ ପ୍ରଦାନ କରିଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories