www.samajalive.in
Saturday, December 6, 2025
16.1 C
Bhubaneswar

ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରି

ଅଣକୁଶଳୀ ଟ. ୩୦୩.୪୦
ଅର୍ଦ୍ଧକୁଶଳୀ ଟ. ୩୪୩.୪୦
କୁଶଳୀ ଟ. ୩୯୩.୪୦
ଅତିକୁଶଳୀ ଟ. ୪୫୩.୪୦
ଭିଡିଏ ଟ. ୫.୪୦ ବୃଦ୍ଧି

ଭୁବନେଶ୍ବର : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ରାଜ୍ୟ ସରକାର ସମସ୍ତ ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ ମଜୁରିରେ ବୃଦ୍ଧି ଘଟାଇଛନ୍ତି। ଏହି ଅନୁଯାୟୀ ଅଣ-କୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅତିକୁଶଳୀ ଶ୍ରମିକଙ୍କ ମଜୁରିରେ ବୃଦ୍ଧି ହୋଇଛି । ସରକାର ଶ୍ରମିକମାନଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତା(ଭିଡିଏ)ରେ ୫ଟଙ୍କା ୪୦ ପଇସା ବୃଦ୍ଧି ଘଟାଇଛନ୍ତି । ଏହା ଫଳରେ ଅଣକୁଶଳୀ ଶ୍ରମିକଙ୍କ ମଜୁରି ତିନି ଶହ ଟଙ୍କା​‌ ଟପିଛି ।

- Advertisement -

ରାଜ୍ୟ ଉପଦେଷ୍ଟା ବୋର୍ଡର ୫୨ତମ ବୈଠକରେ ଶ୍ରମିକଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତାରେ ସଂଶୋଧନ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟସୂଚୀ (ସିପିଆଇ)ର ପ୍ରତି ପଏଣ୍ଟ ପିଛା ୦.୯୦ ପଇସା ବୃଦ୍ଧି ହୋଇଛି । ଏହା ଫଳରେ ଅଣ-କୁଶଳୀ ଶ୍ରମିକଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତାରେ ୫ଟଙ୍କା ୪୦ ପଇସା ବୃଦ୍ଧି ହୋଇ ୩୦୩ ଟଙ୍କା ୪୦ ପଇସା ହୋଇଛି । ପୂର୍ବରୁ ଏହା ୨୯୮ ଟଙ୍କା ରହିଥିଲା। ସେହିଭଳି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ୩୩୮ ଟଙ୍କାରୁୁ ୩୪୩ ଟଙ୍କା ୪୦ ପଇସା ଏବଂ କୁଶଳୀ ଶ୍ରମିକଙ୍କ ୩୮୮ ଟଙ୍କାରୁ ୩୯୩ ଟଙ୍କା ୪୦ ପଇସା ହୋଇଛି । ତେବେ ଅତିକୁଶଳୀ ଶ୍ରମିକଙ୍କ ମଜୁରି ୪୪୮ ଟଙ୍କାରୁ ୪୫୩ ଟଙ୍କା ୪୦ ପଇସାକୁ ବୃଦ୍ଧି ହୋଇଛି । ତେବେ ଏହି ସବୁ ଶ୍ରମିକଙ୍କ ବର୍ଦ୍ଧିତ ମଜୁରି ଚଳିତବର୍ଷ ଏପ୍ରିଲ ପହିଲାଠାରୁ ଲାଗୁ ହେବ ​ବୋଲି ରାଜ୍ୟ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତି​‌​‌ରେ କୁହାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories